Header ADS

ନୀଳଗିରି ବ୍ଲକ୍ ରେ ଭିଜିଲାନ୍ସ ଚଢ଼ାଉ। ଛାନିଆ ବ୍ଲକ୍ ଅଧିକାରୀ

 



ନୀଳଗିରି,୮/୮ (ଓଡ଼ିଶା ଆଦର୍ଶ) ଆଜି ନୀଳଗିରି ବ୍ଲକ୍ ଅଫିସରେ ଭିଜିଲାନ୍ସ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଜବତ କରିଛି।ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ମଛୁଆ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଲେଶ୍ଵର ଭିଜିଲାନ୍ସ ବିଭାଗର ଅଧିକାରୀ ବିଭିନ୍ନ କାର୍ଯ୍ୟର ଫାଇଲ ମଗାଇ ଖୋଳତାଡ଼ ଆରମ୍ଭ କରିଥିଲେ। 

ତେବେ ଆଜି ଅଚାନକ ଭିଜିଲାନ୍ସ ବିଭାଗର ଅଧିକାରୀ ନୀଳଗିରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି   ଚଢ଼ାଉ କରିଥିବା ସମୟରେ ବ୍ଲକ୍ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଅନିୟମିତତା ଅଭିଯୋଗ ଆଧାରରେ ଏହି ତଦନ୍ତ କରାଯାଉଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ କିଛି ଗୁରୁତ୍ଵପୂର୍ଣ୍ଣ ଫାଇଲକୁ ମଧ୍ୟ ଭିଜିଲାନ୍ସ ଜବତ କରିଥିବା ନେଇ ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ ସୂଚନା ଦେଇଛନ୍ତି।


Post a Comment

Previous Post Next Post
Header ADS