Header ADS

ଭିଜିଲାନ୍ସ ପଞ୍ଝାରେ କୋଟଗଡ଼ ପୋଲିସ୍ ବାବୁ।

 



ବାଲିଗୁଡା, ୨୭/୮(ସନ୍ଦିପ କୁମାର ନାୟକ):କୋଟଗଡ଼ ଥାନା ASI ରଜନୀକାନ୍ତ ଦାସଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ ପୋଲିସ। ଜଣେ ବ୍ୟକ୍ତିଙ୍କ ନିକଟରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ମିଳିଥିବା ସୂଚନା ଅନୁସାରେ କୋଟଗଡ଼ ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇ ମାମଲା ପଞ୍ଜିକୃତ ହୋଇଥିଲ। ଯେଉଁକେସ୍‌ରେ ଏଏସଆଇ ରଜନୀକାନ୍ତ ଦାସ ତଦନ୍ତ ଅଧିକାରୀ ଥିଲେ। ତେବେ ଏହି ମାମଲାକୁ ରଫାଦଫା କରିବା ପାଇଁ କୋଟଗଡ଼ ଥାନା ASI ରଜନୀକାନ୍ତ ଦାସ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ASI ରଜନୀକାନ୍ତ ଦାସ ତାଙ୍କ କହିବା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ପୋଲିସ କେସ ନଂ ୧୪/୨୦୨୪ ୟୁ/ଏସ ୭/ପି ସି ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।



Post a Comment

أحدث أقدم
Header ADS