କୋଟଗଡ, ୭/୮ (ଦିପେନ୍ଦ୍ର ନାୟକ ) ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାର୍ଲାଙ୍ଗା ପଞ୍ଚାୟତ ଅନ୍ତର୍ଗତ କେରାବାଲି ଗ୍ରାମବାସୀ ଗମନାଗମନ ଏବଂ ଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା ବେଳେ କରେଣ୍ଟ ଆଲୁଅ ସତେ ଯେମିତ ଏମାନଙ୍କ ଲାଗି ସାତ ସପନ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଏମାନେ କାଦୁଅ ସର ସର ରାସ୍ତାରେ ପାଦେ ପାଦେ ବିପଦକୁ ଆପଣେଇ ଚାଲୁଥିବା ବେଳେ ନଦୀ ପାଣିରେ ମେଣ୍ଟାଉଛନ୍ତି ଶୋଷ, ଆଉ ବିଜୁଳି ଆଲୁଅ କଥା ତ ନ କହିବା ହିଁ ଭଲ। ସତେ ଯେମିତି ଅଭିଶପ୍ତ ଜୀବନ ଜିଉଁଛନ୍ତି ଏମାନେ। ତେବେ ବିଗତ ଦିନ ମାନଙ୍କରେ ଏ ନେଇ ଅନେକ ବାର ସ୍ଥାନୀୟ ବ୍ଲକ୍ ପ୍ରଶାସନ ,ବାଲିଗୁଡା ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଗ୍ରାମବାସୀଙ୍କୁ କେବଳ ପ୍ରତିଶୃତି ପରେ ପ୍ରତିଶୃତି ହିଁ ମିଳି ଚାଲିଲା, ହେଲେ ପାଇ ପାରିଲେନି କୌଣସି ବ୍ୟବସ୍ଥା । ତେଣୁକରି ଆଜି ଉତ୍ୟକ୍ତ ହୋଇ ବ୍ଲକ ମୁଖ୍ୟ ଫାଟକ ତାଲା ପକେଇ ଶ୍ରାବଣ ମାସର ଏହି ଝଡି ବର୍ଷାରେ ଧାରଣାରେ ବସି ନିଜର ହକ ମାଗିଲେ ଗ୍ରାମବାସୀ।ଦୀର୍ଘ ଘଣ୍ଟା ଧାରଣାରେ ବସିବା ପରେବି ଧାରଣାସ୍ଥଳକୁ ବ୍ଲକ୍ ଉନ୍ନୟନ ଅଧିକାରୀ କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିପାରିନାହିଁ । ତେବେ ଖବର ପ୍ରସାରଣ ପରେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଏମାନଙ୍କୁ ନିଜ ମୌଳିକ ଅଧିକାର?
Post a Comment