Header ADS

ମହା ଆଡ଼ମ୍ବରରେ ଘରେ ଘରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ।

 


ବାଲିଗୁଡ଼ା, ୧୩/୮ (ଓଡ଼ିଶା ଆଦର୍ଶ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ରେ ମହା ଆଡ଼ମ୍ବରରେ ପାଳନ ହୋଇଛି ଘରେ ଘରେ ତ୍ରିରଙ୍ଗା ଯାତ୍ରା।ବାରଖମା ପଂଚାୟତ ନିର୍ବାହୀ ଅଧିକାରୀ କାର୍ତିକେଶ୍ୱର ବେହେରା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବାରଖମା ଗ୍ରାମ ପଞ୍ଚାୟତ ସରପଞ୍ଚ କୁମୁଦିନୀ ମଲିକ, ସମସ୍ତ ୱାର୍ଡ ମେମ୍ବର, ମିଶନ ଶକ୍ତି ମହିଳା ଓ ସ୍ଵଂୟ ସହାୟିକା ଗୋଷ୍ଠୀ ର ମାଆ ମାନେ ପୁଣି ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମସ୍ତେ ହାତରେ ଜାତୀୟ ପତାକା ଧରି ପଞ୍ଚାୟତ କାର୍ଯ୍ୟାଳୟ ବାରଖମା ଠାରୁ ବାହାରି ସହର ପରିକ୍ରମା କରିଥିଲେ।

Post a Comment

أحدث أقدم
Header ADS