Header ADS

କୁଡୁତୁଲି ଠାରୁ ଡାମେରିକିଆ ମଧ୍ୟରେ ନିର୍ମାଣଧୀନ ସେତୁ ସରିବ କେବେ ?

 


କନ୍ଧମାଳ,୨୬/୭ (ସନ୍ଦିପ କୁମାର ନାୟକ) କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁଡୁତୁଲି ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କୁଡୁତୁଲି ଓ ଡାମେରିକିଆ ମଧ୍ୟରେ ୧ କୋଟି ୭୯ ଲକ୍ଷ ୬୦ ହଜାର ଟଙ୍କାରେ ଏକ ସେତୁ ନିର୍ମାଣ ନିମନ୍ତେ ଠିକାଦାର ଶ୍ରୀମତୀ ଦେମନ୍ତି ଅଗ୍ରୱାଲ କାର୍ଯ୍ୟାଦେଶ ପାଇଥିଲେ। ଏହା ୧୯.୦୮.୨୦୨୧ ରୁ ଆରମ୍ବ ହୋଇ ୧୮.୦୨.୨୦୨୩ ରିଖ କାର୍ଯ୍ୟ ଶେଷ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ। ଦୀର୍ଘ ୧୭ ମାସ ବିତିଗଲେ ସୁଧା କାର୍ଯ୍ୟଟି ସଂପୂର୍ଣ୍ଣ ହୋଇପାରୁନାହିଁ।

 ଏହି ରାସ୍ତା ଦେଇ ଡାମେରିକିଆ,ପ୍ରେମାକିଆ ଓ ମାରବାଲିର ଲୋକମାନେ ପଞ୍ଚାୟତରୁ ଚାଉଳ ଓ ଭତା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇଥାନ୍ତି। ସେତୁକୁ ସଂଯୋଗ କରଣ ରାସ୍ତାଟି ସାମାନ୍ୟ ବର୍ଷାରେ ଧୋଇ ହୋଇଯିବା ଯୋଗୁଁ ଲୋକମାନେ ଯାତାୟତ କରିପାରନ୍ତି ନାହିଁ। ଏହି ବିଷୟ ରେ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଧବଳେଶ୍ଵର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ବର୍ଷା ସରିଲେ କାମଟି ସଂପୂର୍ଣ୍ଣ କରାଯିବ କହିଛନ୍ତି।ତେବେ କାର୍ଯ୍ୟ ଅବଧି ଶେଷ ପରେ ବି ସମ୍ପୁର୍ଣ୍ଣ ହୋଇପାରୁନି ପ୍ରକଳ୍ପ, ଅସୁବିଧା ଭଗୁଛନ୍ତି ସଧାରଣ ଜନତା। ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
                   

Post a Comment

Previous Post Next Post
Header ADS