ଅର୍ଥମନ୍ତ୍ରୀ ମୋହନ ସରକାର ଚଳିତ ବଜେଟ୍ରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ।
ସେହିପରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ, କିନ୍ନର, ଓ ଭିକ୍ଷୁକଙ୍କ ସମେତ ଦୁର୍ବଳ ଗୋଷ୍ଠୀମାନଙ୍କ ଆବାସିକା ସହାୟତାର ଗୁଣାବତ୍ତାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସହର ମହକୁମାରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ ପ୍ରତିଷ୍ଠା ଓ ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣା ପାଇଁ ୧ ଶହ କୋଟି ଟଙ୍କାର ଅଟକଳ ରହିଛି ବୋଲି ଘୋଷଣା କରିଛନ୍ତି ମୋହନ ମାଝୀ।
ମହିଳା ଓ ଶିଶୁ ବିକାଶ ପାଇଁ ମୋହନ ସରକାର ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ରାଜ୍ୟ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର।
ରେଳକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବଜେଟରେ ୬୦୦ କୋଟି ବ୍ୟୟ ବରାଦ ହୋଇଛି। ରେଳ ପ୍ରକଳ୍ପର ବିକାଶ ପାଇଁ ୬୦୦ କୋଟି ବ୍ୟୟ ବରାଦ କରିଛନ୍ତି ସରକାର। ଶିକ୍ଷା କ୍ଷେତ୍ରକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ୧୧୭୦ କୋଟି ବ୍ୟୟ ବରାଦ ହୋଇଛି। ଯାହା ଦ୍ୱାରା ମେଧାବୃତ୍ତି ମାଧ୍ୟମରେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଏହା ସହ ଧାନର ଏମଏସପି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ୩୧୦୦ ଟଙ୍କାରେ ଖରିଫ ଓ ରବି ଧାନ କିଣିବାକୁ ବଜେଟରେ ବ୍ୟୟ ବରାଦ ହୋଇଛି। ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ବ୍ୟୟ ବରାଦ ହୋଇଛି। କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବେ ସରକାର।
Post a Comment