Header ADS

ନୀଳଗିରି ରେ ରାସ୍ତା ପାଲଟିଛି ମରଣଯନ୍ତା


ନୀଳଗିରି, ୨୫/୭ (ଓଡ଼ିଶା ଆଦର୍ଶ) ରାସ୍ତା କାର୍ଯ୍ୟର ଅବଧି ଶେଷ ପରେ ବି ସରୁନି ରାସ୍ତାକାମ । ମନ୍ଥର ଗତିରେ ରାସ୍ତା କାମ ଯୋଗୁଁ ବଢୁଛି ସମସ୍ୟା । ଶୀଘ୍ର ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକଙ୍କ ଦାବି। ଅସରାଏ ବର୍ଷା ହେଲେ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ରାସ୍ତା ଉନ୍ନତି କରଣ ଓ ପ୍ରଶସ୍ତିକରଣ ନାଁରେ ପୂର୍ତ୍ତ ବିଭାଗ ପକ୍ଷରୁ ଖୋଳାଯାଇଥିବା ରାସ୍ତା ଏବେ   ପାଲଟିଛି ଯାତ୍ରୀଙ୍କ ପାଇଁ ମରଣ ଯନ୍ତା । ବାଲେଶ୍ବର ଜିଲ୍ଳା ନୀଳଗିରିରେ ବିଭିନ୍ନ ଜାଗାରେ ରାସ୍ତା କାମ ଚାଲିଛି । ହେଲେ ମନ୍ଥର ଗତିରେ ରାସ୍ତା କାମ ଚାଲିଥିବାରୁ ଲୋକଙ୍କ ସମସ୍ୟା ବଢି ବଢି ଚାଲିଛି । ଅଳ୍ପ ବର୍ଷାରେ ନୀଳଗିରି ବଉଳଗଡିଆ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ରାସ୍ତା ସାରା ଖାଲଖମାରେ ଭର୍ତି ଥିବାବେଳେ ପ୍ରତିଦିନ ଏହି ରାସ୍ତା ଦେଇ ବେଆଇନ୍ ଭାବେ ଶହଶହ ଟ୍ରିପ ବାଲି ଓ ପଥର ଚୋରା ଚାଲାଣ ହେଉଛି । ରାସ୍ତା କାର୍ଯ୍ୟ ସରୁନଥିବା ବେଳେ ବାରମ୍ବାର ଗାଡିମଟର ଯିବାଆସିବା ଯୋଗୁଁ ରାସ୍ତା ମରଣଯନ୍ତା ପାଲଟିଛି । ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଯେମିତି ସାଧାରଣ ପାଲଟିଛି କହିଲେ ଚଳେ ।

ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଯିବାଆସିବା କରିବାକୁ ଛାତ୍ରଛାତ୍ରି ତଥା ପର୍ଯ୍ୟଟକ ମାନେ ବି ଭୟ କରୁଛନ୍ତି । ରାସ୍ତା ସମସ୍ୟା ଯୋଗୁଁ ଶ୍ରାବଣ ମାସ ସମବାର ରେ କାଉଡିଆ ମାନେ ପଞ୍ଚଲିଙ୍ଗେଶ୍ବରକୁ ଜଳାଭିଷେକ ପାଇଁ ଆସିବାକୁ ବି ରାଜି ହେଉନାହାନ୍ତି । ରାସ୍ତା ସମସ୍ୟା ଯୋଗୁଁ ଲୋକଙ୍କ ସମସ୍ୟା ଦିନକୁ ଦିନ ମଧ୍ୟ ବଢି ବଢି ଚାଲିଛି । ସେହିଭୋଳି ନୀଳଗିରି ଠାରୁ ସଜନାଗଡ଼ ରାସ୍ତା ର ଅବସ୍ଥା ବି ସମାନ ସ୍ଥିତି। କିଛି କିଛି ରାସ୍ତାରେ ପିଚୁ ପକାଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ କିନ୍ତୁ ବଡ଼ ବଡ଼ ଗଛ କଟା ଯାଇନି ଫଳରେ ବର୍ଷା ରାତିରେ ସାଇକେଲ ଓ ବାଇକ ଗଛରେ ବାଡେଇ ହେଇ ଯାଉଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ପ୍ରତିଦିନ ଛୋଟରୁ ବଡ ଗାଡ଼ି ସମସ୍ତେ ଏହି ସବୁ ବିପଦ ସଙ୍କୁଳ ରାସ୍ତାଦେଇ ଯିବା ଆସିବା କରୁଥିବା ବେଳେ ରାସ୍ତା ମରାମତି ସହିତ ରାସ୍ତା ଉପରେ ଥିବା ଗଛ ଶୀଘ୍ର କଟାଯିବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Post a Comment

أحدث أقدم
Header ADS