Header ADS

ବିଚ୍ ବଜାରରୁ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟେରା ଝାମ୍ପିନେଲେ ସୁନାଚେନ୍।



ନୀଳଗିରି , ୩୦/୭ (ଓଡ଼ିଶା ଆଦର୍ଶ) ନୀଳଗିରି ଏବଂ ଏହାର ଆଖପାଖ ଅଞ୍ଚଳ, ସଜନାଗଡ ଠାରୁ ଝରଣାଘାଟି ପର୍ଯ୍ୟନ୍ତ ଜଙ୍ଗଲିଆ ରାସ୍ତା ଲୁଟେରା ଗ୍ୟାଙ୍ଗ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିବା ବେଳେ କିଛିଦିନ ଛିନତାଇ, ଲୁଟ, ହତ୍ୟା ଭଳି ଘଟଣା ଘଟି ଚାଲିଛି। ଏନେଇ ବାରମ୍ବାର ପ୍ରଶାସନ ଠାରେ ଅଭିଯୋଗ ମଧ୍ୟ ହୋଇଛି। ତେବେ କଳା ପଲସର୍ ଚଢ଼ି ଆତଙ୍କ ସୃଷ୍ଟି କରୁଥିବା ଗ୍ୟାଙ୍ଗକୁ ଧରିବାରେ ପୋଲିସ ପ୍ରଶାସନ ବିଫଳ ହେଉଥିବାରୁ ସେମାନଙ୍କର ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି ଅଞ୍ଚଳବାସୀ। ବିଶେଷ କରି ମହିଳା ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସଜନାଗଡ ଗ୍ରାମର ବନିତା ବାଗ ନିକଟସ୍ଥ କାଳିଝାଟି ୟୁ. ଜି. ୟୁ. ପି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମଙ୍ଗଳବାର ଦିନ ପ୍ରାୟ ୯.୩୦ମି ସମୟରେ କୌଣସି କାର୍ଯ୍ୟ ଥିବାରୁ ବଡ଼ପୋଲ ନିକଟସ୍ଥ ସି. ଆର. ସି କୁଞ୍ଜବିହାରୀ ବେହେରାଙ୍କ ଘରକୁ ଯାଉଥିଲେ । ଏହି ସମୟରେ ନୀଳଗିରି ପଟୁ ତିନିଜଣ ଏକ କଳା ପଲସର ବାଇକ୍ ରେ ଆସି ଶିକ୍ଷୟତ୍ରୀ ବନିତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ସଜନାଗଡ ଆଡ଼କୁ ପଳାଇ ଯାଇଥିବା ସିସି ଟିଭି ଫୁଟେଜରୁ ଏହି ଘଟଣା ଜଣାପଡ଼ିଛି। ତେବେ ଶିକ୍ଷୟତ୍ରୀ ବନିତା ବାଗ୍ ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ସି ସି ଟିଭି ଫୁଟେଜ ସଂଗ୍ରହ କରି ଛାନଭିନ କରୁଥିବା ସୂଚନା ମିଳିଛି।



Post a Comment

Previous Post Next Post
Header ADS