ଫିରିଙ୍ଗିଆ,୩୦/୭ (ଓଡ଼ିଶା ଆଦର୍ଶ) ସି ସି କ୍ୟାମେରା ଅଚଳ ଯୋଗୁଁ ଚୋରି ହୋଇଗଲା ବାଇକ୍। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅଧୀନ ଫିରିଙ୍ଗିଆ ଖେଳ ପଡ଼ିଆ ରେ।
ସୂଚନା ଅନୁଯାୟୀ ଦିଣ୍ଡିରାଗାଁ ପଞ୍ଚାୟତ ଅଧୀନ ଦିଣ୍ଡିରାଗାଁ ଗ୍ରାମର ସୁଶାନ୍ତ ବିଶୋଇ ନାମକ ବ୍ୟକ୍ତି ସବୁଦିନ ପରି ଆଜି ଅର୍ଥାତ ମଙ୍ଗଳବାର ଦିନ ମଧ୍ୟ ଫିରିଙ୍ଗିଆ ଖେଳ ପଡ଼ିଆ କୁ ନିଜର ଆପାଚି ୧୬୦ ଗାଡ଼ିଟି (ଯାହାର ନମ୍ବର - ଓଡ଼ି ୧୨ ଡି ୧୦୧୫) କୁ ନେଇ ମ୍ୟାଚ୍ ଦେଖିବାକୁ ଯାଇଥିଲେ । ସୁଶାନ୍ତ ନିଜର ବାଇକ୍ କୁ ରଖି ମ୍ୟାଚ୍ ଦେଖୁଥିଲେ। ମ୍ୟାଚ୍ ଦେଖି ସାରି ଘରକୁ ବାହାରିବା ସମୟରେ ନିଜର ଗାଡ଼ିକୁ ନ ପାଇ ବହୁତ ଖୋଜାଖୋଜି କରିଥିଲେ ସୁଦ୍ଧା ବାଇକ ର କୌଣସି ପତ୍ତା ମିଳି ନଥିଲା ଫଳରେ ସୁଶାନ୍ତ ବିଶୋଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।
ତେବେ ସବୁଠାରୁ ବଡ଼ କଥା ଯେଉଁ ସ୍ଥାନରେ ସୁଶାନ୍ତ ଙ୍କ ଗାଡ଼ି ଚୋରି ହୋଇଛି ସେଇ ସ୍ଥାନରୁ ହାଟ ଗଳିରେ ସି ସି କ୍ୟାମେରା ଲାଗିଛି ହେଲେ ଏହି ସି ସି କ୍ୟାମେରା ଅଚଳ ହୋଇପଡ଼ି ଥିବାରୁ ଚୋର ମାନେ ଅତି ସହଜରେ ଗାଡ଼ି ଚୋରି କରି ଫାଇଦା ଉଠାଉଛନ୍ତି। ବାରମ୍ବାର ଅଭିଯୋଗ ସ୍ୱତେ ଏହି ସି ସି କ୍ୟାମେରା ଠିକ କରାଯାଉ ନଥିବାରୁ ଚୋରି ବଢ଼ିବାରେ ଲାଗିଛି।
ଯଦି ଏହି ସି ସି କ୍ୟାମେରା କାର୍ଯ୍ୟକ୍ଷମ ହୁଅନ୍ତା ତାହେଲେ ଚୋର ଙ୍କୁ ଧରିବାରେ ପୋଲିସ କୁ ବଡ଼ ସଫଳତା ମିଳିବା ସହିତ ଚୋରି କୁ ମଧ୍ୟ ରୋକାଯାଇ ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
إرسال تعليق