Header ADS

ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ।

 




ଓଡ଼ିଶା ଆଦର୍ଶ ବ୍ୟୁରୋ,୩୦/୭ - ପୁଣୀ ଟ୍ରେନ୍ ଲାଇନଚ୍ୟୁତ। ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଭୋର୍ ୩ଟା ୩୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। 

ବର୍ତ୍ତମାନ ସୁଦ୍ଧା ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଲୱେ ମେଡିକାଲ ଟିମ୍ ସେମାନଙ୍କୁ ଚିକିତ୍ସା କରିଥିଲେ। ଅନ୍ୟ ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ କାହାର ମୃତ୍ୟୁ ହୋଇ ନଥିବା ଚକ୍ରଧରପୁର ଡିଭିଜନ୍ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଯାତ୍ରୀଙ୍କ ପାଇଁ ଚକ୍ରଧରପୁର ଷ୍ଟେସନରୁ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରାଯାଉଛି। ହାୱଡା-ମୁମ୍ବାଇ ଏକ୍ସପ୍ରେସର ପାଖାପାଖି ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ।

ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ରେଲୱେ ପକ୍ଷରୁ ଜାରି ହୋଇଛି ହେଲପଲାଇନ୍ ନମ୍ବର। ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ଜାରି ହୋଇଛି।


-ରାଉରକେଲା-0661-2501072/2500244/2500191/2500171

-ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍‌ ନମ୍ବର-06645-272530

-ଚକ୍ରଧରପୁର ପାଇଁ ହେଲ୍ପଲାଇନ୍‌ ନଂ- 72770, 06587-238072

-ଟାଟାନଗର ପାଇଁ ହେଲ୍ପଲାଇନ୍‌ ନଂ- 0657-2290324, RLY-73523

Post a Comment

أحدث أقدم
Header ADS