Header ADS

ଅବ୍ୟବସ୍ଥା ଘେରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସାରଙ୍ଗଗଡ।

 


କନ୍ଧମାଳ, ୨୫/୭ (ସନ୍ଦିପ କୁମାର ନାୟକ) - ଅବ୍ୟବସ୍ଥା ଘେରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସାରଙ୍ଗଗଡ। ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ଚକ୍ରମଣି କହଁରଙ୍କ ନିଜ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଲହଡ଼ି ମାରୁଛି ବର୍ଷା ଜଳ, ରୋଗୀ ହେଉଛନ୍ତି ହନ୍ତସନ୍ତ। ସ୍ବାସ୍ଥ୍ୟ ଅବସ୍ଥାର ଏ ହେଉଛି ବିକଳ ଚିତ୍ର। ପୂର୍ବରୁ ଏକ ୨୪ ବର୍ଷର ସ୍ଥିର ସରକାର ଥିଲା କିନ୍ତୁ ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭୌଗଳିକ ଅବସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ପାରିଲା ନାହିଁ। 


5 T ଯୋଜନା ମାଧ୍ୟମରେ ମେଡ଼ିକାଲର ରୂପାନ୍ତରଣ ହେବ ବୋଲି ପ୍ରଚାର ପ୍ରସାର କରାଗଲା କିନ୍ତୁ ଏବେ ବାସ୍ତବ ରୂପ ଟିକେ ଅଲଗା। ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ପାଖାପାଖି ୪ଟି ପଞ୍ଚାୟତ ବାସି ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସି ନିରାଶ ହୁଅନ୍ତି।  ଦୁର୍ଗମ ଅଞ୍ଚଳ ରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି, କିନ୍ତୁ ସାରଙ୍ଗଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନ କହିବା ଭଲ ହେବ।

 


ପୁରୁଷ ଶଯ୍ୟା କକ୍ଷ, ମହିଳା ଶଯ୍ୟା କକ୍ଷ, ସେବିକା କକ୍ଷ, ରକ୍ତ ନମୁନା ପରୀକ୍ଷାଗାର ଏମିତିକି ପ୍ରତୀକ୍ଷା କକ୍ଷରେ ବି ଛାତରୁ ପାଣି ଗଳୁଛି। ରୋଗୀ ଯଦି ଆସେ ମେଡ଼ିକାଲ ପରିସର ରେ ଏକ ଘଣ୍ଟା ମଧ୍ୟ ରହି ପାରନ୍ତି ନାହିଁ, ନିଜେ ନିଜ ଇଚ୍ଛା ରେ ରେଫର କରିବାକୁ ଅନୁରୋଧ କରୁଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ନୂତନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଏହି ଅଞ୍ଚଳବାସୀ। ତେବେ କେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ବଦଳୁଛି ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS