Header ADS

ଅନଲାଇନ ଗେମ ଖେଳି କୋଟିପତି


ବଣାଇ,୨୬/୭ (ଓଡ଼ିଶା ଆଦର୍ଶ) ଅନଲାଇନ ଗେମ ଖେଳି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । ଏତେ ଟଙ୍କା ଯେ ସନ୍ଦେହ କରି ଏବେ ୬ ଜଣ ଗେମରଙ୍କ ଘରେ ଚଢ଼ାଉ କରିଛି ଇଡି । ଏନେଇ ବଡ଼ଗୋଗୁଆ ଗାଁରେ କଲିକତାର ୪୦ ଜଣିଆ ଇଡି ଟିମ୍ ଚଢ଼ାଉ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ଚଢ଼ାଉ ଜାରି ରଖିଛି ଇଡି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ କଲିକତାରୁ ଇଡିର ଏହି ୪୦ ଜଣିଆ ଟିମ୍ ୮ ଟି ଗାଡ଼ିରେ ଆସି ବଣାଇ ଅଞ୍ଚଳରେ ପହଞ୍ଚି ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ , ଜଙ୍ଗଳା ଏବଂ ରୁଗୁଡ଼ା ଗ୍ରାମର ୬ଟି ଘରେ ଚଢାଉ ଜାରି ରଖିଛନ୍ତି।ଫି ଉଇନ୍ ଗେମ୍ ନାମକ ଏକ ଅନ୍ ଲାଇନ୍ ବେଟିଂ ସମ୍ପର୍କରେ ସୂଚନା ନେଇ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି।

ତେବେ ବେଆଇନ ଅର୍ଥ କାରବାର ମହଙ୍ଗା ପଡିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS