Header ADS

ଦୋକାନରେ ମିଳୁଛି ଏକ୍ସପାରୀ ମୃଦୁ ପାନୀୟ


ନୀଳଗିରି,୨୪/୭(ଓଡ଼ିଶା ଆଦର୍ଶ)ନୀଳଗିରି ଅଞ୍ଚଳରେ ମିଳୁଛି ଏକ୍ସପାରୀ ମୃଦୁ ପାନୀୟ।ବିଭିନ୍ନ ଦୋକାନରେ ଥିବାବେଳେ ଗ୍ରାହକ ମାନେ କିଛି ନଦେଖି ପିଇବା ଏବେ ଘାତକ ସାଜିପାରେ।ଆଜି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମହିସାପଟା  ଗ୍ରାମରେ ଥିବା ଏକ ଦୋକାନରେ ଏକ୍ସପାରୀ ଡେଟ ଥିବା ଥମ୍ପସଅପ ବିକ୍ରି ହେଉଥିବା ନଜରକୁ ଆସିଛି।୬/୬/୨୦୨୩ ମସିହାରେ ନିର୍ମାଣ ହୋଇଥିବା ବେଳେ ଏହାର ଅବଧି ତାରିଖ ୬/୧୦/୨୦୨୩ ଥିଲା।ଯାହା ୮ ମାସ ପୂର୍ବରୁ ଏହାର ଅବଧି ସରି ଯାଇଛି।ଏହାକୁ ପିଇଲେ ସ୍ୱାସ୍ଥ୍ୟ ଅବସ୍ଥା କଣ ହେବ ତାହା ସହଜରେ ଅନୁମାନ କରିହେଉଛି।ନିରୀହ ଆଦିବାସୀ ଲୋକଙ୍କୁ ଗାଁରେ ଏଭଳି ଠକୁଥିବା ଅଭିଯୋଗ ଆସିଛି।ଆଜି ଜଣେ ଯୁବକ ଥଣ୍ଡା ମାଗି ପିଇବା ବେଳକୁ ଅବଧି ସରି ଯାଇଥିବା ତାଙ୍କର ନଜରକୁ ଆସିଥିଲା।ଦୋକାନୀ ଙ୍କୁ ଏ ବିଷୟରେ ସେ କହିବା ପରେ ସେ ପାଲଟା ଯୁକ୍ତିତର୍କ କରିବା ଅଭିଯୋଗ ଆସିଛି।ଏବେ ଗାଁ ଗହଳିରୁ ଝାଡାବାନ୍ତି ରୋଗୀ ହସ୍ପିଟାଲରେ ଆସୁଥିବା ବେଳେ ଏଭଳି ଥଣ୍ଡା ପିଇ ତାଙ୍କର ଯେ ଏଭଳି ରୋଗ ହୋଇନଥିବ ତାହା ଏଡାଇ ଦିଆଯାଇ ନପାରେ। ତେବେ ଖାଦ୍ୟ ସୁରକ୍ଷା ବିଭାଗ  ଗାଁ ଗହଳିରେ କଡା ଯାଞ୍ଚ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।

Post a Comment

أحدث أقدم
Header ADS