Header ADS

ନୀଳଗିରି sub-divisional ବାର୍ ଏସୋସିଏସନ୍ ର ବୈଠକ

 



ନୀଳଗିରି, ୩/୧ (ଓଡ଼ିଶା ଆଦର୍ଶ):- 
ନୀଳଗିରି ସବ- ଡିଭିଜନାଲ ବାର ଏସୋସିଏସନ୍‌ର ଏକ ସାଧାରଣ ବୈଠକ ନୀଳଗିରି ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ  ସଭାପତି ଚିତ୍ତରଂଜନ ଷଡ଼ଙ୍ଗୀ ଅଧ୍ୟକ୍ଷତା କରି ନୀଳଗିରି ସବ- ଡିଭିଜନାଲ ବାରର ବହୁ ଅଭାବ ଅସୁବିଧା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ନୀଳଗିରିରେ ଅତିରିକ୍ତ ଜିଲ୍ଲା ଜଜ୍‌ କୋଟ୍ ପାଇଁ ସବୁ ପ୍ରକାର ରିପୋର୍ଟ ଯାଇଥିଲେ ମଧ୍ୟ, ସରକାର ଏହାକୁ ଶିଘ୍ର ଘୋଷଣା କରିବାକୁ ଉକ୍ତ ବୈଠକରେ ଦାବୀ କରାଯାଇଥିଲା। ହାଇକୋଟ, ଆଇନ୍ ବିଭାଗ ଓ ଅର୍ଥ ବିଭାଗରୁ ସକାରତ୍ମକ ରିପୋର୍ଟ ପରେ ମଧ୍ୟ ଏହା ଘୋଷଣା ନ ହେବା, ଦୁଃଖର ବିଷୟ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ନୀଳଗିରି ସବ- ଡିଭିଜନାଲ ବାର ଏସୋସିଏସନର ଏକ ଗୃହ ନିର୍ମାଣ ପାଇଁ ରାଜ୍ୟ ବାର କାଉନ୍‌ସିଲ୍‌କୁ ଲେଖା ଦିଆଯିବାର ନିଷ୍ପତି ନିଆଯାଇଥିଲା। ଉକ୍ତ ବୈଠକରେ ଗୌରହରି ବେହେରା, ଯଚୀନ୍ଦ୍ର ନାୟକ, ଅଶୋକ ବେହେରା, କାର୍ତ୍ତିକ ରାଉତ, ଷ୍ଟାଲିନ୍ ମିଶ୍ର, ଦେବାନନ୍ଦ ଦାସ, ଜୟନ୍ତ ସ, ସାଗରିକା ଷଡଙ୍ଗୀ, ନିଲିମା ବାରିକ୍, ଇତିଶ୍ରୀ ମହାପାତ୍ର, ଶାନ୍ତିଲତା ମିଶ୍ର, ତନୁସ୍ମିତା ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଯୋଗଦେଇ ଥିବା ସଦସ୍ୟ ମାନଙ୍କୁ ସମ୍ପାଦକ କିଶୋର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

أحدث أقدم
Header ADS