ନୀଳଗିରି, ୧/୧ (ଓଡ଼ିଶା ଆଦର୍ଶ) :- ନୂଆ ବର୍ଷରେ ଅଘଟଣ,ନିଆଁ ଲାଗି ଜଳିଗଲା ଦୁଇ ବଖରା। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଆରବନ୍ଧ ପଞ୍ଚାୟତ ବାଳୁଙ୍ଗାଗଡିଆ ଗ୍ରାମର , କୁଆଁର ମାଝୀ ଙ୍କ ପୁଅ କଣ୍ଡୁରୁ ମାଝୀ ଘରେ ଆଜି ନିଆଁ ଲାଗି ଜଳିଯାଇଛି। ପରିବାର ର ସଦସ୍ୟ ଖାଇବା ପରେ ଶୋଇପଡ଼ିଥିଲେ ହେଲେ ରାତି ପ୍ରାୟ ୯.୩୦ ସମୟରେ ଘରେ ନିଆଁ ଲାଗିଯାଇଥିଲା। ନିଆଁ ର ପ୍ରକପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ଦୁଇ ବଖରା ଘର ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ସରପଞ୍ଚ କୁଳମଣି ନାୟକ ପହଞ୍ଚି ଅଗ୍ନିଶମ ବାହୀନି କୁ ଖବର ଦେଇଥିଲେ।ଖବର ପାଇ ନୀଳଗିରି ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ କରିଛି। ତେବେ ଏହି ନିଆଁ ଦାଉରୁ ଘରର ତିନି ସଦସ୍ୟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବାବେଳେ ଗରୁ ଗାଈ ମାନଙ୍କୁ ଗ୍ରାମବାସୀ ମାନେ ମିଶି ଉଦ୍ଧାର କରିଥିବା ବେଳେ ଘରେ ଥିବା କୋଡ଼ିଏ ହଜାର ଟଙ୍କା , ୧୦୦ କୁଇଣ୍ଟାଲ ଧାନ, ITDA ତରଫରୁ ମିଳିଥିବା ୩୦ କେ.ଜି ଚିନାବାଦାମ, କୁକୁଡ଼ା, ବତକ ସମେତ ଘର ର ବେଲା ବାସନ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି।ତେବେ ଘରେ କେମିତି ନିଆଁ ଲାଗିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।ତେବେ ପ୍ରଶାସନ ତରଫରୁ କଣ୍ଡୁରୁ ମାଝୀ ଙ୍କ ପରିବାର କୁ ସାହାଯ୍ୟ ସହଯୋଗ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
إرسال تعليق