ନୀଳଗିରି, ୩୧ /୧୨ (ଓଡ଼ିଶା ଆଦର୍ଶ) :- ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ ନୀଳଗିରି ପୁରୁଣା କଚେରୀ ଠାରେ, ଦାମୋଦର ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅପରାହ୍ନ ୩ ଘଟିକା ରେ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକ ରେ ଆବାହକ ତଥା ପୂର୍ବତନ ବିଧାୟକ ଶ୍ରୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଜିଲ୍ଲା ଆନ୍ଦୋଳନ ର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ, କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ମାନଙ୍କର କଠିନ ପରିଶ୍ରମ ରେ ଆଜି ଆନ୍ଦୋଳନ ସଫଳତା ଆଡ଼କୁ ଅଗ୍ରସର ହେଉ ଥିବାରୁ ସମସ୍ତ ସଦସ୍ୟ ତଥା ନୀଳଗିରି ବାସି ଙ୍କୁ ଧନ୍ୟବାଦ ଦେଇଥିଲେ, କମିଟି ର ସଂଗଠକ ନିରଞ୍ଜନ ବାରିକ ନୀଳଗିରି ଗଡଜାତ ର ପ୍ରତେକ ଲୋକ ଏହି ଆନ୍ଦୋଳନ କୁ ସମର୍ଥନ କରିବାକୁ ନିବେଦନ କରିଥିଲେ, ଉକ୍ତ ବୈଠକ ରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲା ଆନ୍ଦୋଳନ ସଂକ୍ରାନ୍ତ ରେ ବ୍ୟାପକ ପ୍ରସ୍ତୁତି ଏବଂ ପ୍ରସାର କରିବା ସଙ୍ଗେ ସଙ୍ଗେ ଜନ ଚେତନା ଜାଗ୍ରତ ପାଇଁ ଲୋକଙ୍କ ପାଖକୁ ଯିବା ପାଇଁ ନିଷ୍ପତି ହୋଇଥିଲା, ଉଚ୍ଚ ନ୍ୟାୟାଳୟ ରେ ନୂତନ ଜିଲ୍ଲା ଗଠନ ସଂକ୍ରାନ୍ତ ରେ ହୋଇଥିବା ମକଦମା ରେ ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷ ହୋଇ ନୀଳଗିରି ଜିଲ୍ଲା ଗଠନ ର ଯଥାର୍ଥତା କୁ ଉପସ୍ଥାପନା କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା, ଜିଲ୍ଲା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କୋର୍ଟ ରେ ଏବଂ କୋର୍ଟ ବାହାରେ ସଂଗ୍ରାମ ଜାରି ରଖିବାକୁ ଉପସ୍ଥିତ ସଦସ୍ୟ ମାନେ ନିଜର ମତ ପ୍ରକାଶ କରିଥିଲେ, ଉକ୍ତ ବୈଠକ ରେ ସଭ୍ୟ ଶ୍ରୀ ସୁରେନ୍ଦ୍ର ବେହେରା, ବାଞ୍ଛାନିଧି ପାତ୍ର, ଗିରିଧାରୀ ବେହେରା, ପରମାନନ୍ଦ ପାତ୍ର, ରେଖା ହେମ୍ରମ, ଆଡ଼ଭୋକେଟ କିଶୋର ଚନ୍ଦ୍ର ଦାସ, ଗୌରହରି ବେହେରା, ପ୍ରଫୁଲ୍ଲ ମହାନ୍ତି, ନିହାର ରଞ୍ଜନ ଜେନା, ଦୟାନିଧି ମିଶ୍ର, ପ୍ରମୁଖ ବହୁ ନେତୃ ମଣ୍ଡଳୀ ଯୋଗ ଦାନ କରି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
إرسال تعليق