Header ADS

ଡିଭାଇନ ଟ୍ୟୁଟୋରିଆଲ ପରିସରରେ ଦୁଇ ଦିନ ଧରି ପ୍ରତିଭାର ଅନ୍ୱେଷଣକୁ ନେଇ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ।

 


ନୀଳଗିରି, ୧୭/୧୨ (ଓଡ଼ିଶା ଆଦର୍ଶ) :- ବାଲେଶ୍ଵର ଜିଲ୍ଲା ନୀଳଗିରି ସ୍ଥିତ ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଡିଭାଇନ ଟ୍ୟୁଟୋରିଆଲ ପରିସରରେ ୧୬/୧୭ ତାରିଖ ଦୁଇ ଦିନ ଧରି ପ୍ରତିଭାର ଅନ୍ୱେଷଣକୁ ନେଇ ବାର୍ଷିକ ପ୍ରତିଯୋଗିତା ମାନ  ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅତିଥି ତଥା ବିଚାରକ ମାନେ ଯୋଗଦାନ କରିଥିଲେ।ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ,ଵକ୍ତୃତା,ସଙ୍ଗୀତ,ଅଭିନୟ, ଚି ତ୍ରାଙ୍କନ ତଥା ରଙ୍ଗୋଲି ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।

 ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଡିଭାଇନ ଟ୍ୟୁଟୋରିଆଲ ର ପରିଚାଳକ ସୁଶାନ୍ତ କୁମାର ମହାପାତ୍ର ସଭାପତିତ୍ୱ ତଥା ପରିଚାଳନା କରିଥିବା ବେଳେ ଆଇନଜୀବୀ ବିନୟ ପ୍ରଧାନ, ଦୈନିକ ଓଡ଼ିଆ ଖବରକାଗଜ ସମାଜ ନୀଳଗିରି ପ୍ରତିନିଧି ଅଶେଷ  ସ, ସମାଜସେବୀ ଯୁବ ପ୍ରେରଣା ରଶ୍ମିରଞ୍ଜନ ରାଉତ,ଯୁବ ମେଧାବୀ ତଥା ରାଜ୍ୟସ୍ତରୀୟ ପ୍ରତିଭା କମଲ ଲୋଚନ ପଣ୍ଡା,ଓ କଳା ସଙ୍ଗୀତର ଯୁବ ମେଧାଵିନୀ ଜ୍ୟୋତିଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ଉକ୍ତ କାର୍ଯ୍ୟକ୍ରମରେ କହ୍ନେଇ ସିଂ,ରାକେଶ ଖଣ୍ଡେଇ,ଅଜୟ ସିଂ,ଜ୍ୟୋତିପ୍ରଭା ରଣା ଆଦି ସହଯୋଗ କରିଥିଲେ


Post a Comment

أحدث أقدم
Header ADS