Header ADS

ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

 


ନୀଳଗିରି,୨୮/୧୧ :- ଆଜି ଦିନ ୧୦ଟା ସମୟରେ ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଦୁଲାଲ ସେନ ଯୋଗଦେବ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ବିଡ଼ିଓ ରାହୁଲ ମଣ୍ଡଳ, ତହସିଲଦାର ଦୀପ୍ତିମୟି ବେହେରା ଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡର ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହି ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରିଥଲେ। ଏହି ଶିବିରରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ପାନୀୟଜଳ, ବିଦ୍ୟୁତ, ଡ୍ରେନେଜ୍, ଜଙ୍ଗଲ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ଆଇନ ଶୃଙ୍ଖଳା ଉଭୟ ସାମୁହିକ ଓ ବ୍ୟତିଗତ ମୋଟ ୮୫ ଗୋଟି ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ନୀଳଗିରି ପଞ୍ଚାୟତ ସମିତି ଅଧିନସ୍ଥ ୨୫ଗୋଟି ଗ୍ରାମ ପଞ୍ଚାୟତ ର ହିତାଧିକାରୀ ଙ୍କ ବିଶେଷ ଅଭିଯୋଗ ରେ ବାର୍ଦ୍ଧକ୍ୟ ଭତ୍ତା, ରେସନ୍ କାର୍ଡ ନାମ ସଂଯୋଗି କରଣ, ଆବାସ ଯୋଜନାରେ ବକେୟା ପ୍ରାପ୍ୟ ନପାଇବା କୁ ଜିଲ୍ଲାପାଳ ଶ୍ରୀ ସୀନ୍ଧେ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଗୁରୁତ୍ତ୍ଵ ନେଇ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ।

Post a Comment

أحدث أقدم
Header ADS