Header ADS

ରାଜ୍ୟ ସରକାର ଙ୍କ ବିରୋଧରେ ବର୍ଶିଲା ନୀଳଗିରି ବିଜେପି।

 


ନୀଳଗିରି,୧୮/୧୧ :- ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି,ଭ୍ରଷ୍ଟାଚାର,ବ୍ୟଭିଚାର ବିରୁଦ୍ଧରେ ନୀଳଗିରି ବିଜେପି ପକ୍ଷରୁ "ନୀଳଗିରି ବ୍ଲକ ଘେରାଉ" ଆଜି ଅନୁଷ୍ଠିତ ହୋଇଅଛି । ଆଜି ନୀଳଗିରି ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ପାଖାପାଖି 3000 ରୁ ଉର୍ଦ୍ଧ ବିଜେପିର କର୍ମୀ ଓ ସାଧାରଣ ଲୋକ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ମାନ୍ୟବର ବିଧାୟକଙ୍କ ଉପସ୍ଥିତି ରେ ବାହାରି ନୀଳଗିରି ବ୍ଲକ ପର୍ଯ୍ୟନ୍ତ ଆସିଥିଲେ । ଆଜି ନୀଳଗିରି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବିଜେପି କର୍ମୀଙ୍କ ଯୁଦ୍ଧ ଡାକରାରେ ନୀଳଗିରି ବଜାର ପ୍ରକମ୍ପିତ ହୋଇଉଠିଥିଲା ଏହା ପରେ ନୀଳଗିରି ବ୍ଲକ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଓ ମାନ୍ୟବର ବିଧାୟକ ଜଣେ 85 ବର୍ଷର ସାଧାରଣ ମହିଳା କୁ ମଞ୍ଚରେ ମୁଖ୍ୟ ଅତିଥି କରେଇ ବସେଇବା ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ମାନ୍ୟବର ସାଂସଦ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା,ରାଜ୍ୟରେ ସବୁ ଅଫିସରେ ଲାଞ୍ଚ କାରବାର,ଧାନମଣ୍ଡିରେ ସମସ୍ୟା,କେନ୍ଦ୍ରୀୟ ଯୋଜନାର ବାଟମାରଣା,ଓଡିଶାର ରାଜସ୍ବର ହରିଲୁଟ,ପଲ୍ଲୀ ସଭା ଓ ଗ୍ରାମ ସଭା କୁ ବାଦ ଦେଇ ଅଫିସର ରାଜ,ମହିଳା ମାନେ ଆଜି ରାଜ୍ୟରେ ଅସୁରକ୍ଷିତ,ରାଜ୍ୟରେ ଜଣେ ଅଣଓଡ଼ିଆ ଅଫିସର କ୍ଷମତାର ଦୁରୁପଯୋଗ ବିଷୟରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର କର୍ମୀ ଓ ସାଧାରଣ ଜନତା କୁ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ ।ସେହିପରି ମାନ୍ୟବର ବିଧାୟକ ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର,ରାଜସ୍ବ ଲୁଟ ବିରୋଧରେ ନୀଳଗିରି ବାସୀଙ୍କୁ ଏକ ହୋଇ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମର ଶଙ୍କର କାନୁନଗୋ ମଞ୍ଚ ପରିଚାଳନା କରିଥିବା ବେଳେ ବିଜେପିର ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର, କରୁଣାକର ପଣ୍ଡା,ଚନ୍ଦ୍ରଶେଖର ନନ୍ଦ,ନାରୀ ନେତ୍ରୀ ରେଣୁ ବିଶ୍ୱାଳ,ବରିଷ୍ଠ ନେତା ମନୋରଞ୍ଜନ ବେହେରା,ବୈରାଗୀ ବେହେରା,ବଳରାମ ବିଶ୍ୱାଳ,ତାପସ ମହାନ୍ତି,ଉପେନ୍ଦ୍ର ଦାସ,ସୂର୍ଯ୍ୟକାନ୍ତ ବିଶ୍ୱାଳ,ଦେବାଶିଷ ଆଚାର୍ଯ୍ୟ,ପ୍ରବୀଣ ନାୟକ,କୁଳମଣି ନାୟକ,ଅକ୍ଷୟ ବେହେରା,ପ୍ରଭାକର ବୁଗୁଡ଼ାଇ,ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS