ନୀଳଗିରି,୧୨/୧୦ :- ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଗୋହିରା ଠାରେ ବିଶ୍ବହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ ବାଲେଶ୍ୱର ଦ୍ଵାରା ବୁଧବାର ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟକ ଭାବେ ଭଦ୍ରକ ବାବା ରାମଦାସ ଆଶ୍ରମ ସଂଘର ସେବକ ମୁକୁନ୍ଦକୃଷ୍ଣ ଦାସ ମହାରାଜ ପୂର୍ବାହ୍ନ ୧୦ ଘଟିକା ସମୟରେ ଉଦଘାଟନ କରିଥିଲେ। ଏହି ସମ୍ମିଳନୀରେ ବିଶ୍ବହିନ୍ଦୁ ପରିଷଦର କ୍ଷେତ୍ରୀୟ ସଭାମନ୍ତ୍ରୀ ଗୌରୀ ପ୍ରସାଦ ରଥ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂଗଠନ ମନ୍ତ୍ରୀ ସୁଧାଂଶୁ ମୋହନ ପଟ୍ଟନାୟକ ଆଜି ଓଡିଶା ସମେତ ସାରା ଦେଶରେ ଅବୈଧ ଭାବରେ ଧର୍ମାନ୍ତି କରଣ ଦ୍ଵାରା ସରଳ ବନବାସୀ ମାନଙ୍କୁ ପ୍ରଲୋଭନ ଓ ପ୍ରରୋଚନା ଦେଖାଇ ଧର୍ମାନ୍ତିକରଣ କରାଯାଉଥିବା ନେଇ ସଚେତନ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖିଥିଲେ। ସନାତନ ଧର୍ମ ଅନୁଯାୟୀ ସରଳ ନିଷ୍କପଟ ଆଦିବାସୀ ବନବାସୀ ମାନଙ୍କୁ ସଚେତନ କରାଇ ପୁନର୍ବାର ବୈଦିକ ସନାତନ ଧର୍ମକୁ ଫେରାଇ ଆଣିବା ହେଉଛି ଆଜିର ଏହି ଧର୍ମ ସମ୍ମିଳନୀ ବୋଲି ମୁଖ୍ୟ ଅତିଥି କ୍ଷେତ୍ରୀୟ ଧର୍ମ ପ୍ରସାର ବିଭାଗ ପ୍ରମୁଖ ଅଚ୍ୟୁତାନନ୍ଦ କର ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସୁଧୀର ପ୍ରସାଦ ନନ୍ଦ ଧର୍ମ ପ୍ରସାର ବିଭାଗ ଉତ୍କଳ ପ୍ରାନ୍ତ, ଶଙ୍କର୍ଷଣ ରାଉତ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ବାଲେଶ୍ୱର ନଗର ସଂଘ ସଂଚାଳକ ଗୋପାଳ ଚନ୍ଦ୍ର ନାୟକ ମଞ୍ଚରେ ଉପସ୍ଥିତ ଥିବା ବେଳେ ବଳଭଦ୍ର ଶତପଥୀ ମଞ୍ଚ ପରିଚାଳନା କରିଥିଲେ। କୁମୁଦ ରଞ୍ଜନ ଆଚାର୍ଯ୍ୟ ସମ୍ମିଳନୀରେ ମୁଖ୍ୟ ବ୍ୟବସ୍ଥାରେ ସହଯୋଗ କରିଥିଲେ। ଶହ ଶହ ସଂଖ୍ୟାରେ ହିନ୍ଦୁ ଧର୍ମାବଲମ୍ବୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
إرسال تعليق