ନୀଳଗିରି , ୦୭/୦୮ :- ରାଜ୍ୟ ସରକାରଙ୍କ ନୂତନ ପରିକଳ୍ପନା ରେ ନବଗଠିତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟର ଆଦିବାସୀ (ଜନଜାତି)ଙ୍କ ର , ସଂସ୍କୃତି ଓ ଐତିହ୍ୟ ର ସୁରକ୍ଷା, ବିକାଶ, ଏବଂ ପରମ୍ପରାକୁ ବଳବତ୍ତର କରିବା ତଥା ତାଙ୍କର ଅଧିକାର କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ବାଲେଶ୍ଵର ଜିଲ୍ଲା ଆନୁକୁଲ୍ୟରେ ତଥା ପରିଷଦ ର ନବନିଯୁକ୍ତ ଚେୟାରମେନ ମଦନ ମୋହନ ମାଝୀଙ୍କ ଆହ୍ବାନ ଏବଂ ଆଦିବାସୀ ସଂଗଠନର ସର୍ବସମ୍ମତି କ୍ରମେ ଚଳିତ ବର୍ଷ ଠାରୁ ବିଶ୍ଵ ଆଦିବାସୀ ଦିବସ ସଜନାଗଡ ସ୍ଥିତ ମା ଭୁଧାର ଚଣ୍ଡି ମନ୍ଦିର ସାମ୍ନା ଉଡା ପଡିଆ ଠାରେ ଆସନ୍ତା ଅଗଷ୍ଟ ୯ ତାରିଖ (ବୁଧବାର) ଦିନ ସକାଳ ୯.୩୦ ସମୟରେ ବହୁ ଜାକଜମକରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି। ଏଥିରେ ଆଦିବାସୀ ସମ୍ପ୍ରଦାୟ ର ସମସ୍ତ ଭାଈ ଭଉଣୀ ମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ତାଙ୍କର ପାରମ୍ପରିକ ବେଶଭୂଷା ଏବଂ ବାଦ୍ୟ ଯନ୍ତ୍ର ସହ ବିପୁଳ ସଂଖ୍ୟାରେ ଯୋଗ ଦେଇ ସମାରୋହ କୁ ସାଫଲ୍ୟ ମଣ୍ଡିତ କରିବା ପାଈଁ । ଏହି ଉଦ୍ଦେଶ୍ୟରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
إرسال تعليق