ନୀଳଗିରି,୧୩/୭ - ସହରାଞ୍ଚଳ ଭୂମିହୀନ ପରିବାରକୁ ସରକାର ଜାଗାମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଭୂମୀ ଅଧିକାର ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି। ଏହି କ୍ରମରେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ୨୨ଗୋଟି ବସ୍ତିର ୧୦୯୬ ଘର ଚିହ୍ନଟ କରାଯାଇଛି।ଗୁରୁବାର ଡାକବଙ୍ଗଳା ଠାରେ ଦିନ ୧୧ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇ ଭୂମୀ ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ମୋଟ ୬୫୭ ଗୋଟି ପରିବାରକୁ ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ କରାଯାଇ ସେଥି ମଧ୍ୟରୁ ୧୧୭ଗୋଟି ପ୍ରମାଣପତ୍ର ଜିଲ୍ଲାପାଳ ନିଜେ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ତହସିଲଦାର ରଞ୍ଜନ ବେହେରା, ବିଡ଼ିଓ ରାହୁଲ ମଣ୍ଡଳ, NAC ଅଧ୍ୟକ୍ଷା ଅମ୍ବିକା ଦାସ, ଉପାଦକ୍ଷ ମହେନ୍ଦ୍ର ନାଥ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ବଡୁ, କନିଷ୍ଠ ଯନ୍ତ୍ରୀ ବୁଧୁରାମ ସିଂ, ସିଟି ମିଶନ ମ୍ୟାନେଜର ଶିବାଜୀ ଦେ, କମ୍ୟୁନିଟି ବ୍ୟବସ୍ଥାପିକା ସଂଗୀତା ପାଣିଗ୍ରାହୀ, ଆଇ. ଇ (ମୁକ୍ତା) ଶୁଭ୍ର ଶୋଭନ ସାହୁଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟ କ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ୨୨ଗୋଟି ବସ୍ତି ମଧ୍ୟରୁ ୧୭ଗୋଟି ବସ୍ତିର ପ୍ରାୟ ୧୭୦ଜଣ ଲୋକ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳ ବସ୍ତି ଗୁଡ଼ିକୁ ଯାଇ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ଜାଗାମିଶନ ଜରିଆରେ ଏହି ଭୂମୀ ଅଧିକାର ପ୍ରମାଣ ପତ୍ର ମିଳିବା ପରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ପରିବାର ସମସ୍ତ ସୁବିଧା ସୁଯୋଗ ପାଇପାରିବେ।
إرسال تعليق