Header ADS

୨୧ ରେ ବିଜେଡିରେ ଯୋଗଦାନ ୨୮ରେ ଘରବାହୁଡା

 


ନୀଳଗିରି, ୨୯/୦୭ :-୨୦୨୪ ନିର୍ବାଚନ ପୂର୍ବରୁ ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଇଶ୍ବରପୁର ପଞ୍ଚାୟତ ବାଙ୍କିପଦା ଗ୍ରାମରେ ଦେଖିବାକୁ ମିଳିଛି ରାଜନୈତିକି ଓଲଟପାଲଟ।ଚଳିତ ମାସ ୨୧ ତାରିଖରେ ବାଙ୍କୀପଦା ଗ୍ରାମ ୯ ନମ୍ବର ୱାର୍ଡର ୱାର୍ଡସଭ୍ୟ ଗୟାଧର ବିଶ୍ବାଳ ବିଜେପି ଛାଡି ସନ୍ତୋଷ ଖଟୁଆଙ୍କ ତତ୍ତ୍ବାବଧାନରେ ବିଜେଡିରେ ଯୋଗଦାନ କରିଥିଲେ।ହେଲେ ୭ ଦିନ ମଧ୍ୟରେ ଶ୍ରୀ ଖଟୁଆଙ୍କ ରାଜନୀତି ରଣକୌଶଳକୁ ତାଙ୍କୁ ପସନ୍ଦ ନ ଆସିବାରୁ ପୁଣି ବିଜେପି ମୁହାଁ ହୋଇଛନ୍ତି ଶ୍ରୀ ବିଶ୍ବାଳ।  ଆଜି ନୀଳଗିରି ବିଜେପି  କାର୍ଯ୍ୟାଳୟରେ  ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ  ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ବିଜେପିରେ ପୁନର୍ବାର ସାମିଲ ହୋଇଛନ୍ତି ୱାର୍ଡସଭ୍ୟ ଜଣଙ୍କ।ଏହି ମିଶ୍ରଣ ପର୍ବରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ବରିଷ୍ଠ ନେତା ଗଙ୍ଗାଧର ମିଶ୍ର, କରୁଣାକର ପଣ୍ଡା,ଈଶ୍ୱରପୁର ସରପଞ୍ଚ ସୁଧା ମଲିକ,ଭାଗବତ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS