Header ADS

ଶୁଭେନ୍ଦୁକୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।

 


ନୀଳଗିରି -୮/୭ - ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସାଂଗଠାନିକ ସ୍ତରରେ ବିରାଟ ଅଦଳବଦଳ କରିଛି। ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପରେ କିଛି ଜିଲ୍ଲାରେ ନୂତନ ଭାବେ ସଭାପତି ନିଯୁକ୍ତ କରିଥିବା ବେଳେ ଅନ୍ୟ କିଛି ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ବାଲେଶ୍ଵରର ଯୁବନେତା ତଥା ରାଜ୍ୟ ଯୁବବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କୁ ବାଲେଶ୍ୱର ସମେତ ଅନ୍ୟ ୭ଗୋଟି ଜିଲ୍ଲାର  ସଂଯୋଜକ ଭାବରେ ଦାୟିତ୍ଵ ଦିଆଯାଇଛି। ମୟୂରଭଞ୍ଜ ୧ଓ ୨ସହ ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଜଗତସିଂହପୁର ର ଦାୟିତ୍ଵ ମିଳିଛି। ରାଜ୍ୟରେ ଯୁବକ ମାନଙ୍କୁ ଅଧିକ କ୍ରିୟାଶୀଳ କରିବା ସହିତ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେନ୍ଦୁଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରଷା ରଖି ତାଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଯୁବ ବିଜେଡି ପରାମର୍ଶଦାତା ପ୍ରଣବ ବଳବନ୍ତରାୟଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ନୀଳଗିରି ନିର୍ବାଚନ ମଣ୍ଡଳୀରେ ଶୁଭେନ୍ଦୁ ସଦା ସର୍ବଦା ଲୋକମାନଙ୍କ ସହିତ ଜଡିତ ରହି ସୁଖ ଦୁଃଖରେ ସାମିଲ ରହିଥିବାରୁ ନୀଳଗିରିରେ ଦଳ ତଥା ଜନସାଧାରଣ ଶୁଭେନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Post a Comment

أحدث أقدم
Header ADS