ନୀଳଗିରି, ୨୧/୭ :- ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ସେବା ସମବାୟ ସମିତିର ବର୍ତମାନର ସଭାପତି ଭାଗବତ ଖିଲାରଙ୍କ ଉପରେ ପୂର୍ବତନ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବର୍ତମାନ ର ସଭାପତି ଭାଗବତ ଖିଲରା | ଏଥିରେ ଶ୍ରୀ ଖିଲାର ଙ୍କ କହିବା ଅନୁଯାଇ ତତ୍କାଳୀନ ବାଲେଶ୍ୱର ଡି଼ଆରସିଏସ ନୀଳଗିରି ଏଆରସିଏସ ଙ୍କୁ ତତ୍କାଳୀନ ଏସ ଏଆର ସିଏସ ଏବଂ ବର୍ତ୍ତମନ ନୀଳଗିରି ଦାୟୀତ୍ୱରେ ଥିବା ଏଆରସିଏସ ଲକ୍ଷ୍ମୀଧର ରାଉତଙ୍କ ଵିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ତା ୧୯-୭-୨୦୨୧ରିକାରେ ପତ୍ର ୧୭୩୬ ମୂଳେ ଚିଠି କରିଥିଲେ | ତେବେ ତତ୍କାଳୀନ ନୀଳଗିରି ଏଆରସିଏସ ଉର୍ମିଳା ଦାସ ଙ୍କୁ ତଦନ୍ତ ରିପୋର୍ଟ ନଦେବା କୋଭିଡ -୧୯ ର ଗାଇଡ଼ ଲାଇନ କୁ ନମାନି ବ୍ୟକ୍ତିଗତ ଆକ୍ରୋଶ ରଖି ଋଣ ଖିଲାପ କାରୀ ମାନେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରେ ଡବ୍ଲୁ ପିସି ନମ୍ବର ୧୨୬୧୩/୨୦୨୨ ମୂଳେ ରୀଡ ପିଟିସନ ଦାଖଲ କରି ଦୀର୍ଘଦିନ ର ଋଣ ଖିଲାପ କାରୀଙ୍କୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଥିଲେ | ତେବେ ଘଟଣା ଟି ଉଚ୍ଚତମ ନ୍ୟାୟାଳୟ ରେ ବିଚାର ଧୀନ ଥିବାରୁ ଏସମ୍ପର୍କରେ ମୁହଁ ଖୋଲିନାହାନ୍ତି ଈଶ୍ୱରପୁର ସେବାସମବାୟ ସମିତିର ସଭାପତି ଭାଗବତ ଖିଲାର | ତେବେ କୌଣସି ସଠିକ ତଥ୍ୟ ନଜାଣି ଈଶ୍ୱରପୁର ସେବାସମବାୟ ସମିତିର ପୂର୍ବତନ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ ଯେଉଁ ସାମ୍ବାଦିକ ସମ୍ମିଳନୀ କରି ତଥା ଦେଇଛନ୍ତି ତାହା ସମ୍ପୂର୍ଣ୍ଣ କପୋଳ କଳ୍ପିତ , ଭିତ୍ତିହୀନ ଓ ଅଭିସନ୍ଧି ମୂଳକ ବୋଲି କହି ଖଣ୍ଡନ କରିଛନ୍ତି ବର୍ତମାନର ଈଶ୍ୱରପୁର ସେବାସମବାୟ ସମିତିର ସଭାପତି ଭାଗବତ ଖିଲାର | ସରକାରଙ୍କର ନିଅମ ଅନୁଯାଇ ପରିଚାଳନା ପରିସଦର କାର୍ଯ୍ୟକାଳ ୫ ବର୍ଷ ଥିବା ବେଳେ ଶ୍ରୀ ପ୍ରଫୁଲ୍ଲ ପାଣିଗ୍ରାହୀ ବେଆଇନ କାର୍ଯ୍ୟ ପାଇଁ ସମବାୟ ସମିତିର ପରିଚାଳନା ପରିଷଦକୁ ତତ୍କାଳୀନ ଡି଼ଆରସିଏସ , ବାଲେଶ୍ୱର ତଦନ୍ତ କରି ଭାଙ୍ଗି ଦେଇଥିଲେ ।
ତେବେ ଶ୍ରୀ ଖିଲାର ୨୦୧୫ ମସିହାରୁ ୨୦୨୦ ପର୍ଯ୍ୟନ୍ତ ଉକ୍ତ ସମିତିରେ ସଭାପତି ଥିଲେ ଏବଂ ୨୦୧୬ ରୁ୨୦୨୧ ପର୍ଯ୍ୟନ୍ତ ବିବିସିସି ବ୍ୟାଙ୍କ ରେ ନିର୍ଦେଶକ ଭାବେ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ | ତେବେ ଶ୍ରୀ ଖିଲାର ଈଶ୍ୱରପୁର ରେ ସଭାପତି ଥିବା ସମୟରରେ ଉକ୍ତ ସମିତି ପାଇଁ ନୂତନ ଗୃହନିର୍ମାଣ ଓ ସମିତି ନାଁ ରେ ୫୦ ଡିସିମିଲି ଜମି ଏବଂ ଈଶ୍ୱରପୁର ଓ କାଂଡଗରଡ଼ି ଠାରେ ଦୁଇଟି ଧାନମଣ୍ଡି ନିର୍ମାଣ କରାଇବାରେ ସକ୍ଷମ ହୋଇଥିଲେ | ସବୁଠାରୁ ବଡ଼କଥା ହେଲା ୨୦୧୮ମସିହାରେ ତିନିଶହ ୧୭ ଟି ଜେଏଲଜି ଗ୍ରୁପ ଗଠନ କରି ଋଣ ପ୍ରଦାନ କରି ଶ୍ରୀ ଖିଲାର ରାଜ୍ୟରେ ପ୍ରଥମ ହୋଇଥିଲେ | ଯଉଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମାନପତ୍ର ସହ ନଗଦ ୨୫ ହଜାର ଟଙ୍କା ପ୍ରତ୍ସାହନ ରାଶି ପ୍ରଦାନ କରିଥିଲେ |
إرسال تعليق