ନୟାଗଡ଼, ୧୮/୦୭ - ନୟାଗଡ ଜିଲ୍ଲା ବିକାଶ ମୂଳକ କାର୍ଯ୍ୟ ରେ ଆଗୁଆ ରହିଥିବା ବେଳେ ସରକାରଙ୍କ ଯୋଜନା କୁ ହିତାଧିକାରୀ ଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ର ରେ ମଧ୍ୟ ଆଗୁଆ ରହିଛି, ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ନୟାଗଡ଼ ଜିଲ୍ଲା କୁ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୁମି ସମ୍ମାନ ପ୍ରଦାନ କରାଯାଇଛି, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ କରକମଳ ରେ ଭୁମି ସଂସ୍କାର କ୍ଷେତ୍ର ରେ ଭାରତ ର ଶ୍ରେଷ୍ଠ 75ଜିଲ୍ଲା କୁ ଭୁମି ସଂମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି, ନୟାଗଡ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ ରାଷ୍ଟ୍ରପତି ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି, ଜମି ପଟା ର କମ୍ପୁଟରୀକରଣ ରେଜିଷ୍ଟ୍ରେସନ, ଆଧୁନିକରେକର୍ଡ ରୁମ ପରିଚାଳନା ଓ ଜମିଜମା କାଗଜ ପତ୍ର ର ସ୍କାନିଙ୍ଗ, ତଥା ପ୍ରଭୁର୍ତି କ୍ଷେତ୍ର ରେ ନୟାଗଡ଼ ଜିଲ୍ଲା ର 8ଟି ତହସିଲ ରେ ଆସନୁରୂପକ ଉର୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାର ଙ୍କ ତରଫରୁ ଏହି ସମ୍ମାନ ଭାରତ ର ମହାମହିମ ରାଷ୍ଟ୍ରପତି ଙ୍କ ଦ୍ୱାରା ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ପ୍ରଦାନ କରାଯାଇଛି, ଏହି ଅବସରରେ ନୟାଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ, ଏଥି ଶହ ନୟାଗଡ ତହସିଲଦାର ଭିକାରି ସାହୁ, ଗଣିଆ ତହସିଲଦାର କିଶୋର ଚନ୍ଦ୍ର ପଣ୍ଡା, ଉପସ୍ଥିତ ଥିଲେ, ରାଜ୍ୟ ରୁ 19ଟି ଜିଲ୍ଲା ର ଜିଲ୍ଲାପାଳ ଏହି ସମ୍ମାନ ଗ୍ରହଣ କରିଥିବା ବେଳେ ନୟାଗଡ ଜିଲ୍ଲା ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେବା ଗର୍ବ ଓ ଗୌରବ ବିଷୟ ପାଲଟିଛି ।
ନୟାଗଡ଼ ରୁ ରଞୀନ କୁମାର ବେହେରା ଙ୍କ ରିପୋର୍ଟ।
Post a Comment