Header ADS

ପୋଲିସ ହେପାଜତରୁ ଅଟକ ଯୁବକ ଫେରାର।

 


ନୀଳଗିରି ,୫/୭ :-  ପୋଲିସ ହେପାଜତରେ ଅଟକ ଥିବାବେଳେ ଜଣେ ଯୁବକ ଫେରାର ହେବା ଘଟଣା ନୀଳଗିରିରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାଇ ନୀଳଗିରି ଥାନା ଅଧୀନସ୍ଥ ବାଲିଗୋହିରି ଗ୍ରାମର ଜଣେ ନାବାଳିକା କୁ ଅପହରଣ ନେଇ ନାବାଳିକାର ବାପା ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ୍ ଉଭୟ ଯୁବକ ଏବଂ ନାବାଳିକାକୁ ବାଲେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର କରି ମଙ୍ଗଳବାର ଥାନାକୁ ଆଣିଥିଲା। ରାତିରେ ଯୁବକର ଦେହ ଅସୁସ୍ଥ ହେବାରୁ ବୁଧବାର ସକାଳେ ନୀଳଗିରି ପୋଲିସ୍ ଚିକିତ୍ସା ପାଇଁ ନୀଳଗିରି ହସ୍ପିଟାଲ ଆଣିଥିଲେ। 

ଯୁବକ ଜଣକ ଝାଡ଼ା ଯିବାପାଇଁ ବାହାନା କରି ହସ୍ପିଟାଲ ପରିସରରେ ଥିବା ଡାଇରିଆ ୱାର୍ଡ ପାଇଖାନାକୁ ଯାଇଥିଲା। ପାଇଖାନା ଘରେ କବାଟ ବନ୍ଦ କରି ଭିତରେ ଥିବା ପାଣିଟ୍ୟାପ ଖୋଲି ପାଇଖାନାଘରେ ଥିବା ଝରକାକୁ ଭାଙ୍ଗି ପାଚେରୀ ଡେଇଁ ପଳାଇ ଯାଇଥିବାରେ ସକ୍ଷମ ହୋଇଥିଲା। ଶବ୍ଦ ଶୁଣି ପାଖରେ ଥିବା ୨ଜଣ ଏପିଆର ପାଇଖାନା ପଛପଟକୁ ଯାଇ ଦେଖିଲା ବେଳକୁ ଅଟକ ଯୁବକ ଜଣକ ପାଇଖାନା ଘରେ ନଥିଲା। ତାପରେ ଆଖପାଖ ଅଞ୍ଚଳରେ ପୋଲିସ ଫେରାର ଯୁବକକୁ ବହୁ ଖୋଜାଖୋଜି କଲାପରେ ମଧ୍ୟ ତାର କୌଣସି ସନ୍ଧାନ ମିଳିନଥିଲା। ଏହି ଖବର ନୀଳଗିରି ଆଇ ଆଇ ସି ଗୋପାଳ ଚନ୍ଦ୍ର କର୍ଣ୍ଣ ଜାଣିବା ପରେ ୨ଟି ଟିମ୍ ଗଠନ କରି ଫେରାର ଥିବା ଯୁବକକୁ ଧରିବା ପାଇଁ ଜାଲ ବିଛାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।



Post a Comment

أحدث أقدم
Header ADS