Header ADS

ଫାଲକନ୍ ମେରାଇନ୍ ଉପରେ ଆଇଟି ପକ୍ଷରୁ ଚାଲିଛି ରେଡ୍

 


ଓଡ଼ିଶା ଆଦର୍ଶ ବ୍ୟୁରୋ: ଆକ୍ସନ ମୋଡ଼ ରେ ଆୟକର ବିଭାଗ । ଫାଲକନ୍ ମେରାଇନ୍ ଏକ୍ସପୋର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଉପରେ ଆୟକର ବିଭାଗ ପକ୍ଷରୁ ଚାଲିଛି ରେଡ୍ । କମ୍ପାନୀର ଥିବା ବିଭିନ୍ନ ଶାଖା  ଉପରେ  ଚଢ଼ାଉ ଜାରି ରଖିଥିବା ବେଳେ ବାଲେଶ୍ଵର ଜିଲ୍ଲାର ଖନ୍ତପଡ଼ା ଜାତୀୟ ରାଜପଥ ପାର୍ଶ୍ଵରେ ଫାଲକନ୍  କମ୍ପାନୀ ଉପରେ କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଆୟକର ବିଭାଗ ପକ୍ଷରୁ ରେଡ୍ ଜାରୀ ରହିଛି। ଆୟକର ବିଭାଗର କେତୋଟି ଟିମ ଏଥିରେ ସାମିଲ ହୋଇଛନ୍ତି ତାହା ଜଣାପଡିନାହିଁ। କମ୍ପାନୀର ବିଭିନ୍ନ ଶାଖା ଉପରେ ଜାରି ରହିଛି ଏହି ଚଢ଼ାଉ। କମ୍ପାନୀ ର କର୍ମଚାରୀ ଙ୍କୁ ଗେଟ୍ ଭିତରକୁ ଛଡା ଯାଇନଥିବା ସୂଚନା ମିଳିଛି।

Post a Comment

أحدث أقدم
Header ADS