Header ADS

ତେଲିପାଳରେ ଅଲଚିକ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମଚିତ।

 


ନୀଳଗିରି,୧୦/୦୫ :- ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତେଲିପାଳରେ ଅଲଚିକ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମଚିତ ହୋଇଯାଇଛି। ପ୍ରତିମୂର୍ତିକୁ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ବାହୁସାହା ସିନ୍ଧେ ଉନ୍ମଚିତ କରିଛନ୍ତି। ନୀଳଗିରି ବ୍ଲକ ତେଲିପାଳ ଠାରେ ପଣ୍ଡିିତ ରଘୁନାଥ ମୁର୍ମୁ ସ୍ମୃତି କମିଟି ପକ୍ଷରୁ ତୋଲିପାଳ କଲ୍ୟାଣମଣ୍ଡପ ପରିସରରେ ପ୍ରତିମୂର୍ତିକୁ ବଲେଶ୍ବର ଜିଲ୍ଲାପାଳ ଶ୍ରୀଯୁକ୍ତ ସିନ୍ଧେ ଆନୁଷ୍ଠାନିକ ଭାବେ ଉନ୍ମଚନ ସମୟ ରେନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ , ନୀଳଗିରି ଉଜିଲ୍ଲାପାଳ ମନ୍ଦଦର ମହାଳିକ, ତହସିଲଦାର ରଂଜନ ବେହେରା, ବିଡିଓ ରାହୁଲ ମଣ୍ଡଳ,ତେଲି ପାଳ ସରପଞ୍ଚ ବାହାମଣି ମାରାଣ୍ଡି, ଉପେନ୍ଦ୍ର ଦାସ ପ୍ରମୁଖଉପସ୍ଥିତ ଥିଲେ । 

ପଣ୍ଡିତ ରଘୁନାଥ ମୁର୍ମୁ ଅଲଚିକ ଭାଷାର ସାମ୍ବିଧାନିକ ସ୍ବୀକୃତି ପାଇଁ ଜୀବନ ସାରା ଲଢେଇକରି ଆସିଥିବା ବେଳେ ଶେଷରେ ଏହିଭାଷା ସାମ୍ବିଧାନିକ ସ୍ବୀକୃତି ପାଇଥିଲା । ଉକ୍ତ ଭାଷାକୁ ଶିକ୍ଷା କ୍ଷେତ୍ର ପ୍ରଚଳନ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ଅତୁଳନିୟ ଅଟେ। ଉକ୍ତ କାର୍ଯ୍ୟକ୍ରମରେ ଆବାହକ ଗୋବିନ୍ଦ ହଁସଦା, , ଉପେନ୍ଦ୍ର ନାୟକ, ନାୟକ ,ପୂର୍ବତନ ସରପଂଚ ସାରେଲ ବାସ୍କେ, ରଘୁନାଥ ମାଝି, ଚାନ୍ଦମଣି ମୁର୍ମୁ , ମିନତି ମୁର୍ମୁ , ହରେକୃଷ୍ଣ ହେମ୍ବ୍ରମ , ଗଙ୍ଗାଧର ମିଶ୍ର , ଛୋଟରାମ ମାଝି, ଭଉଁରିଆବାଡ଼ସରପଞ୍ଚ ସଂଜୟ ସିଂ , ଆରବନ୍ଦସରପଞ୍ଚ କୁଳମଣି ନାୟକ, ବାଲି ବାସ୍କେ ,କରୁଣାକର ପଣ୍ଡା ଙ୍କ ସହିତ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା ।


Post a Comment

أحدث أقدم
Header ADS