Header ADS

ବ୍ୟାଙ୍କ ସମ୍ମୁଖରୁ ବାଇକ୍ ଚୋରି, ହିନ୍ଦୋଳ ପୋଲିସ୍ ର ତଦନ୍ତ ଆରମ୍ଭ।

 


ହିନ୍ଦୋଳ,୧୩/୦୪/୨୩ :- ଦିନ ଦ୍ୱିପ୍ରହରରେ ବନ୍ଧନ ବ୍ୟାଙ୍କ ସମ୍ମୁଖରୁ ଗ୍ଲାମର ବାଇକ ଚୋରି।ସେପଟେ ହିନ୍ଦୋଳ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ଚେକିଂ ।ପୋଲିସ ଷ୍ଟେସନ ଠାରୁ ମାତ୍ର 100ମିଟର ଦୂରରେ ହୋଇଥିଲା ଚୋରି ।କେବେ ବାଇକ ଚୋରି ତ କେବେ ଟଙ୍କା ଚୋରି ପୋଲିସ ପାଇଁ ଚ୍ୟାଲେଞ ସାଜିଛି।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ  ବସ ଷ୍ଟାଣ୍ଡ ଛକ ନିକଟରେ ଥିବା ବନ୍ଧନ ବ୍ୟାଙ୍କ ଶାଖା ସାମ୍ନାରୁ  ଆଜି ଦିନ ପ୍ରାୟ ୧୦.୩୦ ମିନିଟ ସମୟରେ କେହି ଦୃବୁତ ଏକ ଗ୍ଲାମର ମଟର ସାଇକେଲ ଚୋରି କରି ନେଇଥିବା  ଥାନାରେ ଅଭିଯୋଗ ହୋଇଛି। 

ସୂଚନା ମୁତାବକ ବ୍ୟାଙ୍କ ଶାଖା କର୍ମଚାରୀ ରାକେଶ ସାହୁ ( ଢେ଼ଙ୍କାନାଳ ସଦର) ଅଞ୍ଚଳର ନିଜ ଗ୍ଲାମର ମଟର ସାଇକେଲ ନଂ- OD 06 - E - 8414 କୁ ବ୍ୟାଙ୍କ ସମ୍ନାରେ ଲକ ପକାଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ମାତ୍ର କିଛି ସମୟ ପରେ ସେ କୌଣସି କାମ  ପାଈଁ ବାହାରକୁ ଆସି ଦେଖିବାରୁ  ତାଙ୍କ ଗାଡିଟି ସେଠାରେ  ନଥିଲା। ଏହି ଘଟଣା କୁ ନେଇ  ବ୍ୟାଙ୍କ ମଧ୍ୟରେ ଖୁବ ଆଲୋଚନା ହେବା ସହ ଗାଡି ଚୋରି ନେଇ ସେ ହିନ୍ଦୋଳ ଥାନା ରେ ଲିଖିତ ଭାବେ  ଅଭିଯୋଗ ଦେଇଥିଲେ । ଥାନା ଅଧିକାରିଣୀ ଚାରୁଲତା ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ବ୍ୟାଙ୍କର ସିସି କ୍ୟାମେରାକୁ ଚଲାଇ ତନ ତନ କରି କଏଦ ହେଇ ଥିବା ଭିଜୁଆଲ ଗୋଡିକୁ ଖୋଜା ଖୋଜି କରିଥିଲେ। ଏନେଇ ସନ୍ଧ୍ୟା  ସୁଦ୍ଧା ବାଇକ ଚୋରକୁ ଠାବ କରାଯାଇ ନଥିଲେ ମଧ୍ୟ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।


Post a Comment

Previous Post Next Post
Header ADS