ନୀଳଗିରି,୨୩/୦୩/୨୩ :- ପୁଣୀ ଏକ ହାତୀ ମୃତ୍ଯୁ । ନୀଳଗିରି କୁଳଡିଆ ଅଭୟାରଣ୍ୟ କଳମାଚତିରୀ ନିକଟରେ ଏକ ଦନ୍ତାହାତୀ ମୃତ୍ୟୁ ଘଟିଛି। ଶିକାରୀଙ୍କ ଗୁଳିରେ ଉକ୍ତ ହାତୀଟିର ମୃତ୍ଯୁ ଘଟିଥିବା ବିଶେଷ ସୂତ୍ରରୁ ସୂଚନା। ଦନ୍ତାର ଦାନ୍ତ ଚୋରା ଚାଲାଣ ନେଇ ସନ୍ଦେହ କରାଯାଉଛି। ତଦନ୍ତ ପାଇଁ ଡିଏଫ୍ଓଙ୍କ ସମେତ ବନ କର୍ମଚାରୀ ଯାଉଥିବା ସୂଚନା ଦେଇଛନ୍ତ ଡିଏଫ୍ଓ। ତେବେ ହାତୀ କୁ ସୁରକ୍ଷା ଦେବାରେ ଫେଲ ମାରିଛି ବନବିଭାଗ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନିଷିଦ୍ଧା ଅଞ୍ଚଳ ଆଳରେ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ମଧ୍ଯ ଖବର ସଂଗ୍ରହ ପାଇଁ ଛାଡ଼ିଲେନି ବନବିଭାଗ ଅଧିକାରି।ତେବେ ଗୋଟିଏ ବର୍ଷ ଭିତରେ କୁଳଡିଆ ଅଭୟାରଣ୍ୟ ଭିତରେ ୭ଟି ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ବନ ବିଭାଗ ଥିବା ବେଳେ ପ୍ରକୃତ ରେ ହାତୀ ମୃତ୍ୟୁ କେତେ ହେଲାଣି ତାହାର କିଛି ସଠିକ୍ ତଥ୍ୟ ନାହିଁ। କାରଣ ଉକ୍ତ ଘଟଣାସ୍ଥଳ କୁ ଗଣମାଧ୍ୟମ କୁ ମନାକରିବା ଏବଂ ପୁର୍ବରୁ ମଧ୍ଯ ଗଣମାଧ୍ୟମ କୁ ଖବର ସଂଗ୍ରହ କରିବା କୁ ବାରଣ କରିବା ନେଇ କଉଠୀ ନା କଉଠୀ ବନବିଭାଗ ର ଅପାରଗତା କୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି। ତେବେ ପ୍ରକୃତ ରେ ହାତୀ କୁ ଶିକାରୀ ମାନେ ମାରିଛନ୍ତି ନା ବନବିଭାଗ ର କର୍ମଚାରୀ ଏଥିରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ।


.jpeg)

Post a Comment