Header ADS

ଶବ ଦାହ ପାଇଁ ଯାଇ ଶବ ହୋଇ ଫେରିଲେ ଶ୍ରୀକାନ୍ତ


ବାଲେଶ୍ଵର, ୨୭/୦୩/୨୩ :-ବାଲେଶ୍ୱର ସଦର ବ୍ଲକ ରୂପସା ଥାନା ଅନ୍ତର୍ଗତ କସିପଦା ପଞ୍ଚାୟତ ଅନ୍ତର୍ଗତ ହାତିଆଡ଼ିହା ଗ୍ରାମରେ ଅଭାବନୀୟ ଘଟଣା । ଶବଦାହ କରିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ । ଶନିବାର ଠାରୁ ନିଖୋଜ ଥିବା ଯୁବକ ରବିବାର ଏକ ପୋଖରୀରୁ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଯାଇଛି ।

ହାତିଆଡ଼ିହା ଗ୍ରାମର ଯୁବକ ଶ୍ରୀକାନ୍ତ ବେହେରା (୪୮) ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ସେ ଶନିବାର ଅପରାହ୍ନରେ ଗ୍ରାମର ଜଣେ ବୃଦ୍ଧାଙ୍କ ଶବଦାହ କରିବାକୁ ସ୍ଥାନୀୟ ଶ୍ମଶାନକୁ ଯାଇଥିଲେ । ଶବଦାହ ସାରି ମିରିଗିମୁଣ୍ଡି ଗାଁ ନିକଟ ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଇଥିଲେ । ଘରକୁ ନଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ରବିବାର ପୂର୍ବାହ୍ନରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ସହ ପୋଲିସ ଓ ରାଜସ୍ୱ ନିରୀକ୍ଷିକ ପହଞ୍ଚି ମୃତଦେହ ଜବତ କରିଥିଲେ । ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ମୃତ ଯୁବକଙ୍କର ପତ୍ନୀ ଓ ୩ ଜଣ ପୁଅ ଅଛନ୍ତି । ଶ୍ରୀକାନ୍ତ ଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Post a Comment

Previous Post Next Post
Header ADS