ନୀଳଗିରି ୦୮/୦୨/୨୩ :- ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପତ ଅଞ୍ଚଳ ପରିଷଦ ରେ ଥିବା ଏକ ପରିବା ମାର୍କେଟ ସଂଘ ତରଫ ରୁ ଆଜି ଏକ ବନ୍ଧୁ ମିଳନ ଉତ୍ସବ ଆୟୋଜନ ହୋଇଯାଇଛି।ଏହି ବନ୍ଧୁମିଳନ ଅବସରରେ NAC ଅଧ୍ୟକ୍ଷା ଅମ୍ବିକା ଦାସ, ଅନୁସୂଚୀତ ଜନ ଜାତି ସଭାପତି ଶରତ କୁମାର ଦାସ ଯୋଗ ଦେଇଥିଲେ।
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ପରିବା ମାର୍କେଟ ରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ଏହି ଉତ୍ସବ ରେ ଏକ ଭୋଜୀ ର ଆୟଜନ ହୋଇଥିଲା ଯାହା କି NAC ଅଧ୍ୟକ୍ଷା ଅମ୍ବିକା ଦାସ ତଳେ ବସି ବନ୍ଧୁଙ୍କ ସହ ଭୋଜନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ତେବେ NAC ଅଧ୍ୟକ୍ଷା ଅମ୍ବିକା ଦାସ ଙ୍କ ଏହି ସ୍ନେହ ମମତା ଓ ଭଲପାଇବା କୁ ଭରିପୁରି ପ୍ରଶଂସା କରିଥିଲେ ଉପସ୍ଥିତ ଥିବା ବ୍ୟବସାୟୀ ଓ ସେମାନଙ୍କର ପରିବାର।
إرسال تعليق