Header ADS

ଅଗ୍ନି ବିପନ୍ନ ସରସ୍ଵତୀ ଙ୍କୁ ସାହାଯ୍ୟ ର ହାତ ବଢାଇଲେ ଶୁଭେନ୍ଦୁ ଦାସ୍ ମଙ୍ଗରାଜ

 


ନୀଳଗିରି ୨୪/୦୨/୨୩ :-
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ନରଣପୂରସ୍ଥିତ ତିନିକୋଶିଆ ଜଙ୍ଗଲ ରେ କେହି ଅସାଧୁ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ ଫଳରେ ନିଆଁ ସମଗ୍ର ଅଞ୍ଚଳକୁ ବ୍ୟାପି ଯାଇଥିଲା ଏବଂ ପାଖରେ ଥିବା ଦେହୁରୀ ସାହିର ବିଧବା ମହିଳା ସରସ୍ଵତୀ ମଲିକଙ୍କ ଚାଳ ଛପର ଘର ଉପରେ ନିଆଁ ଝୁଲ ପଡ଼ି ପାଞ୍ଚ ବୋଖରା ଘର ଜଳି ଯାଇଥିଲା। ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ କିନ୍ତୁ ସରସ୍ଵତୀ ପାଞ୍ଚ ପ୍ରାଣୀ କୁଟୁମ୍ବ ଧରି ଖୋଲା ଆକାଶ ତଳେ ପଡିରହିଥିଲେ।

 ଏହି ଘଟଣା ଟିକୁ ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ୍ ମଙ୍ଗରାଜ ଶୁଣିବାକୁ ପାଇଥିଲେ ଏବଂ ଗୁରୁବାର ଦିନ ଉକ୍ତ ଅଗ୍ନି ବିପନ୍ନ ଙ୍କ ପାଖରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହିତ ତମ୍ବୁ ଏବଂ କିଛି ଆର୍ଥିକ ରାଶି ପ୍ରଦାନ କରିଥିଲେ। ତେବେ ଶ୍ରୀ ମଙ୍ଗରାଜ ଙ୍କ ସମେତ ନୀଳଗିରି ବ୍ଲକ୍ ବିଜେଡ଼ି ଅନୁସୂଚୀତ ଜନ ଜାତି ସଭାପତି ଶରତ କୁମାର ଦାସ,ସଞ୍ଜୟ ନାୟକ, ରମେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ।


ନୀଳଗିରି ରେ ବିଭିନ୍ନ ସମସ୍ୟା ଏବଂ ଲୋକଙ୍କ ର ସୁଖ ଦୁଃଖର ସାଥୀ ହୋଇ ନୀଳଗିରି ର ବିକାଶ ଦିଗରେ ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ୍ ମଙ୍ଗରାଜଙ୍କ ଏହିଭୋଳି ପଦକ୍ଷେପ କୁ ଅଞ୍ଚଳ ବାସୀ ବେଶ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।



Post a Comment

أحدث أقدم
Header ADS