Header ADS

ନୀଳଗିରି ଯୁବମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶପପତ୍ତଳିକା ଦାହ

 


ନୀଳଗିରି ୧୯/୦୨/୨୩:- ଆଜି ଯୁବମୋର୍ଚ୍ଚା ନୀଳଗିରି ତରଫରୁ ସନ୍ଧ୍ୟା ୬ ଘଟିକାରେ ନୀଳଗିରି ଦୁର୍ଗା ମଣ୍ଡପଠାରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦିନ ଦ୍ବିପ୍ରହରରେ ଆଜି ପୋଲିସ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରୁଛି, କିଛ ଦିନ ତଳେ ବାଲି ମାଫିଆମାନେ ବାଲେଶ୍ୱର ଉପ ଜିଲ୍ଲାପାଳ ଙ୍କୁ ଆକ୍ରମଣ କରିଛନ୍ତି,ଜେଲ ଭିତର ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ହତ୍ୟା କରାଯାଉଛି ରାଜ୍ୟରେ ଆଜି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନିରବ କଣ ପାଇଁ..?

ଏହି ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଦେବାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବ ରେ ଯୁବ ମୋର୍ଚ୍ଚା ସଦସ୍ୟଙ୍କ ଦ୍ୱାରା ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ସୂର୍ଯକାନ୍ତ ବିଶ୍ୱାଳ,ନୀଳଗିରି ନଗର ଯୁବ ମୋର୍ଚ୍ଚା ସଭାପତି ରାକେଶ ମହଲ, ପଞ୍ଚଲିଙ୍ଗେଶ୍ୱର ମଣ୍ଡଳ ସଭାପତି ରଂଜିତ ପଣ୍ଡିତ, ପପୁ ମହାନ୍ତି, ପ୍ରିୟବ୍ରତ ସାହୁ , ସୁଶୀଲ ବେହେରା, ଅମୀୟ ଜେନା, କୈଳାସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Post a Comment

أحدث أقدم
Header ADS