କୋଟଗଡ଼ ୨୨/୦୧/୨୩ :- ଦେବ ପିୟୁସ ଭରଦ୍ୱାଜ କମାଣ୍ଡାଣ୍ଟ ଙ୍କ ନିର୍ଦେଶକ୍ରମେ କୋଟଗଡ crpf କ୍ୟାମ୍ପ ରେ ଜନ ସମ୍ପର୍କଶିବିର ଆୟୋଜିତ ହୋଇଯାଇଛି |ଏଥିରେ ସଂଜୀବ ଚୌଧୁରୀ ସେକେଣ୍ଡ ଇନ କମାଣ୍ଡାଣ୍ଟ ଯୋଗ ଦେଇ ନିଜର ଉଦବୋଧନ ଜରିଆରେ ସାଧାରଣ ଲୋକଙ୍କ ସହ crpf ଯବାନ ଙ୍କ ସୁସମ୍ପର୍କ ସ୍ଥାପନ ହେବ ସେନେଇ ପଂଚାୟତ ର ଏକାଧିକ ଗ୍ରାମ ରୁ ଆସିଥିବା ବିପିଏଲ ପରିବାର ଲୋକଙ୍କୁ ଜଣାଇଥିଲେ।
ଏଥିରେ ଶିବା ରେଡି କେ ଭି,କୋଟଗଡ iic ଲଳିତ ମୋହନ ସାଗର, weo ମୋହନ ଚୌହାନ ଏବଂ ଜନ ପ୍ରତିନିଧି ମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ |ଏହି ଜନ ସମ୍ପର୍କ ଶିବିର କୁ କୋଟଗଡ crpf କ୍ୟାମ୍ପ ବି ସି ମହାଲି ଏବଂ ଏସ ଏମ ସୁବାନୀ ପରିଚାଳନା ଙ୍କ ସହ ସାଥି ଯବାନ ମାନେ ପରିଚାଳନା କରିଥିଲେ |ଏହି ଆବସର ରେ ଅତିଥି ଙ୍କ ଦ୍ୱାରା ଗରିବ ଲୋକଙ୍କୁ କମ୍ବଳ ଦେଇ ପ୍ରୋତ୍ସାହିତ କରାଯାଇଥିଲା |
إرسال تعليق