Header ADS

ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଦୋକାନ

 


Nilgiri
/୦୩/୦୧/୨୦୨୩
:- ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଫାଟକ କଡ଼ରେ ସିଟି ଟ୍ରାଭେଲ୍ସ ଦୋକାନ ଗୃହରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ସମସ୍ତ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି।

ସୁଚନା ଅନୁଯାୟୀ ମଙ୍ଗଳବାର ସକାଳେ ଦୋକାନ ମାଲିକ ଧବଳେଶ୍ଵର ନନ୍ଦ ଦୋକାନ ଖୋଲିଥିଲେ ଏବଂ ଦିନ ୧୧.୩୦ ସମୟରେ କୌଣସି କାର୍ଯ୍ୟ ପାଇଁ ଦୋକାନ ଗୃହର ସାମ୍ନା କାଚ ଦରଜା କୁ ବନ୍ଦ କରି ପୋଳାଇଯାଇଥିଲେ।


ଦୋକାନ ମାଲିକ ଧବଳେଶ୍ୱର ନନ୍ଦ ୧୧.୫୫ ରେ ପହଞ୍ଚି ଦେଖିଲା ବେଳକୁ ଦକାନରେ ନିଆଁ ବ୍ୟାପି ଯାଇଥିଲା। ଏବଂ ସଙ୍ଗେ ସଙ୍ଗେ ନୀଳଗିରି ଅଗ୍ନିଶମ ବାହିନୀ କୁ ଖବର ଦେଉଥିଲେ।


ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ ହେଁ ଦୋକାନ ର ଥିବା ଜିନିଷ ପତ୍ର କୁ ବଞ୍ଚାଇ ପାରିନଥିଲେ।



Post a Comment

Previous Post Next Post
Header ADS