Header ADS

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେଲା ସ୍ମାର୍ଟଫୋନ୍‌ କଟକଣା

 


ଭୁବନେଶ୍ୱର,/୧(ଓଡିଶା ଆଦର୍ଶ ଲାଇଭ): ପୂର୍ବରୁ ହୋଇଥିବା ଘୋଷଣା ଅନୁସାରେ ଶ୍ରୀମନ୍ଦିରରେ ନୂଆ ବର୍ଷରୁ ଲାଗୁ ହୋଇଛି ନୂଆ ନିୟମ। ଶ୍ରୀମନ୍ଦିର ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କ ମନ୍ଦିର ଭିତରକୁ ସ୍ମାର୍ଟଫୋନ୍‌ ନେବା ଉପରେ କଟକଣା ଲାଗୁ କରାଯାଇଛି। ଯେଉଁ ସେବାୟତମାନେ ରବିବାର ଦିନ ଶ୍ରୀମନ୍ଦିରକୁ ଯାଇଛନ୍ତି, ସେମାନେ ପ୍ରବେଶ ପୂର୍ବରୁ ସିଂହଦ୍ବାର ଓ ଦକ୍ଷିଣଦ୍ବାରରେ ଖୋଲାଯାଇଥିବା ସ୍ବତନ୍ତ୍ର ମୋବାଇଲ୍‌ କେନ୍ଦ୍ରରେ ନିଜ‌ ମୋବାଇଲ୍‌ ଜମା ଦେଇ ମନ୍ଦିରକୁ ପ୍ରବେଶ କରିଛନ୍ତି।

ଏହିଠାରେ ମୋବାଇଲ୍‌ ଜମା ରଖି ଶ୍ରୀମନ୍ଦିର ଯାଇ ପୂଜା, ନୀତିକାନ୍ତି କାମ ସାରି ପୁନର୍ବାର ଜମା କେନ୍ଦ୍ରରୁ ମୋବାଇଲ୍‌ ନେଇ ଫେରିଛନ୍ତି। କିନ୍ତୁ ସେବାୟତ, ଅଧିକାରୀ, କର୍ମଚାରୀମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉନଥିବାରୁ ରବିବାରର ପ୍ରଥମ ଦିନରେ ଅନେକ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେଇ ପ୍ରବେଶ କରିଥିବା ଅଭିଯୋଗ ହୋଇଛି।


ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ଏସ୍‌ପି ଶ୍ରୀମନ୍ଦିର ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏହି କଟକଣା ଲଗାଇଛନ୍ତି। ଡ୍ୟୁଟି ସମୟରେ କେହି ବି ପୁଲିସ ନିଜ ପାଖରେ ସ୍ମାର୍ଟଫୋନ୍‌ ରଖି ପାରିବେ ନାହିଁ ବୋଲି କଡ଼ା କଟକଣା ଲଗାଯାଇଛି। ସେପଟେ କେବଳ ନୀତିକାନ୍ତି ସମ୍ପର୍କିତ ସୂଚନା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକମାତ୍ର ଫୋନ୍‌ ରଖାଯାଇଛି। ଯାହା କମାଣ୍ଡରଙ୍କ ନିୟନ୍ତ୍ରଣରେ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।


Post a Comment

Previous Post Next Post
Header ADS