ଜଗନ୍ନାଥ ଙ୍କ ୩୨ ବେଶ ପୂଜା ଅର୍ଚ୍ଚନା ଏବଂ ୩୨ ବେଶ ସେବା ପାଇଁ ବ୍ରାହ୍ମଣ ଦେବତା ଏବଂ ଗ୍ରାମ ବାସୀଙ୍କ ଅନୁମତି କ୍ରମେ ସାତ ଘର ବୋଲି ଭିଷାବୃତି କରିଥିଲେ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ଗ୍ରାମପଞ୍ଚାୟତ ଜାମତ କୁଲା ଶ୍ରୀ ପଞ୍ଚମି ପଡ଼ିଆରେ ଶ୍ରୀ ଶ୍ରୀଜଗନ୍ନାଥଙ୍କ ର ୩୨ ବେଶ ପୂଜା ଯଥାବିଧି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଗରୁ ଭୂମି ପୂଜା, ମୃତ୍ତିକା ଉତ୍ତଳନ, କାର୍ଯ୍ୟ ସମାପ୍ତ ହୋଇଯାଇଛି।
ଶ୍ରୀ ଦୁର୍ଯୟ କୁମାର ପାତ୍ର, ତଥା ବ୍ରାହ୍ମଣ ଦେବତା ଏବଂ ଗ୍ରାମବାସୀଙ୍କ ନେଇ ସାତ ଘର ବୁଲି ଭିଷାବୃତି ସମାପ୍ତ କରିଥିଲେ। ପ୍ରଥମେ ଶ୍ରୀ ଯୁକ୍ତ ବାଞ୍ଛାନିଧି ପାଣିଗ୍ରାହୀ,ଘରୁ ଭିଷା ଆରମ୍ଭ କରିଥିଲେ ପରେ ପୋଲିସ ଅଧିକାରୀ ଶାରଦା ପ୍ରସାଦ ମୁଦୁଲି, ଗ୍ରାମ ବାସୀ ସନ୍ୟାସୀ ଜେନା, ନିତ୍ୟାନନ୍ଦ ଜେନା, ପଦ୍ମଲୋଚନ ଜେନା,ବୁଲୁ ଜେନା, ମନ୍ମଥ ବାରିକ କଙ୍କ ଘରୁ ଭିଷା ଗ୍ରହଣ ପରେ ବ୍ରାହ୍ମଣ ଦେବତା ଦେବପାଠ କରି ଗ୍ରାମବାସୀ ଙ୍କ ର ମଙ୍ଗଳ କାମନା କରିଥିଲେ।
ବ୍ରାହ୍ମଣ ମୁଖ୍ୟ ଗଦାଧର ପଣ୍ଡା ଙ୍କ ସହିତ ପର୍ଶୁରାମ ପାଢି ,ଭାନୁଚରଣ ପାଢି,ଶିବ ପ୍ରସାଦ ପାଣିଗ୍ରାହୀ, ଓ ସଞ୍ଜୟ କୁମାର ପଣ୍ଡା , ଶଙ୍କର୍ଷଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟ କୁ ସମାପ୍ତ କରିଥିଲେ।
Post a Comment