ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ଅନୁଷ୍ଠିତ
ନୀଳଗିରି, ୭/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଳକ ନରଣପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ସାଧନ କେନ୍ଦ୍ର ଆନୁକୂଲ୍ୟରେ ନରଣପୁର ଉ:ପ୍ରା:ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାଟିଆଳି ସିଆରସିସି ରୂପକ କୁମାର ପସା ଆବାହକ ଥିବାବେଳେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ | ବୈଷ୍ଣବବନ୍ଧ ସରକାରୀ (ଏସଏସଡି)ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା | ପରେ ଶ୍ରୀଯୁକ୍ତ ପସା ଅତିଥି ପରିଚୟ ପ୍ରଦାନ କରିଥିଲେ | ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜମୋହନ ମାଝୀ ସଭାପତିତ୍ୱ କରିଥିଲେ | ସମ୍ମାନିତ ଅତିଥି ଭାବେ ନରଣପୁର ସରପଞ୍ଚ ଦୀପ୍ତିରାଣୀ ସିଂ, ସମିତି ସଭ୍ୟା ବିଦ୍ୟୁତପ୍ରଭା ପାତ୍ର, ନରଣପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ବେହେରା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନାଦି ଚରଣ ମଲ୍ଲିକ, ମଞ୍ଚସିନା ଥାଇ ନିଜନିଜର ବହୁମୂଲ୍ୟ ଅଭିଭାଷଣ ରଖିଥିଲେ | ଉକ୍ତ ସାଧନ କେନ୍ଦ୍ର ସ୍ତରରେ ୧୨ ଗୋଟି ବିଦ୍ୟାଳୟ ର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ, ଲିଖନ, ଚିତ୍ରାଙ୍କନ କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ପୋଷଣ କୁ ନେଇ ଚିତ୍ରକଳା ଶିଳ୍ପକଳା ପ୍ରତିଯୋଗିତାରେ ଭାଗ ନେଇ ଥିଲେ | ଅପରାହ୍ନ ୪ ଘଟିକା ସମୟରେ ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର, ଉପାଦେୟ ପୁସ୍ତିକା ଦେଇ ପୁରସ୍କୃତ କରାଯିବା ସହିତ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଦିଆଯାଇଥିଲା | ଶେଷରେ ବସନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |
Post a Comment