Header ADS

୭୫ବର୍ଷର ନୀଳଗିରି କଚେରୀ ବଜାର ଦୁର୍ଗାପୂଜା

 ୭୫ବର୍ଷର ନୀଳଗିରି କଚେରୀ ବଜାର ଦୁର୍ଗାପୂଜା:

୪ଦିନ ଧରି ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା।



ନୀଳଗିରି ,୧୦/୧୦(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲାର ଗଡ଼ଜାତ ମାଟି ନୀଳଗିରି କଚେରୀ ବଜାର ଦୁର୍ଗାପୂଜା ବହୁ ପୁରାତନ। ରାଜାରାଜୁଡ଼ା ଅମଳରୁ ଏଠି ମା ଦୁର୍ଗାଙ୍କୁ ପୂଜା କରାଯାଉଥିବାର ଶୁଣିବାକୁ ମିଳୁଛି। ଜଙ୍ଗଲ ଘେରା ଆଦିବାସୀ ବହୁଳ ଅଞ୍ଚଳରେ ଏହି ଦୁର୍ଗା ପୂଜା ନିଆରା। ଦେବୀପୀଠରେ ଗୁରୁବାର ଦିନ ଅଷ୍ଟମୀପୂଜା ପାଳନ କରାଯାଉଥିବା ବେଳେ ମଣ୍ଡପ ଗୁଡିକରେ   ସପ୍ତମୀପୂଜା ପାଳନ କରାଯାଉଥିବା ଦେଖିବାକୁ ମିଳିଛି। କଚେରୀ ବଜାର ଦୁର୍ଗାପୂଜା କମିଟି ବହୁ ପୁରାତନ ଅନୁଷ୍ଠାନ ଭାବେ ବାଲେଶ୍ଵର ଜିଲ୍ଲାରେ ସ୍ଥାନ ପାଇଛି। ସପ୍ତମୀ ଦିନ ଠାରୁ ମା ଦୁର୍ଗାଙ୍କୁ ଆଡମ୍ବର ପୂର୍ଣ୍ଣ ଭାବେ ରୀତିନୀତି ଅନୁସାରେ ମା ଦୁର୍ଗାଙ୍କୁ ପୂଜା କରାଯାଇଥାଏ। ପ୍ରଥମେ ଏଠିକାର ବହୁ କମ୍ ଦୋକାନୀ ଦୁର୍ଗାଙ୍କ ଫଟୋ ରଖି ପୂଜା ଆରମ୍ଭ କରିଥିଲେ। ସେମାନେ ଆଜି ନାହାନ୍ତି ସତ ହେଲେ ସେମାନଙ୍କର ଆବହମାନରେ ଉକ୍ତ ପରମ୍ପରାକୁ ବଜାଇ ରଖିଛନ୍ତି ନୀଳଗିରିର  ଦୁର୍ଗା ଭକ୍ତ ମନୋରଞ୍ଜନ ବିଶ୍ଵାଳ ଓରଫ୍ ମନୁ ଭାଇ। ଆଜକୁ ୫୫ବର୍ଷ ଧରି ମନୁ ଭାଇ ଦୁର୍ଗା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଏକ କରି ବହୁ ଆଡମ୍ବର ପୂର୍ଣ୍ଣ ଭାବେ ମା ଦୁର୍ଗାଙ୍କ ପୂଜା ପାଳନ କରାଯାଉଥିବାର ଦେଖିବାକୁ ମିଳିଛି। ବହୁ ଉଚ୍ଚତୋରଣ ସାଂଗକୁ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ଦୁର୍ଗାମଣ୍ଡପ। ମଣ୍ଡପ ନିକଟରେ ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତଙ୍କୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖିଥାଏ। କମିଟିର ସଭାପତି ମନୋରଂଜନ ବିଶ୍ଵାଳଙ୍କ ଉଦ୍ୟମରେ ଉକ୍ତ ଦୁର୍ଗାପୂଜା ଏହାର ସ୍ଵର୍ଣ୍ଣଜୟନ୍ତୀ  ଦୀର୍ଘ ୧୦ଦିନ ଧରି ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା। ପ୍ରତି ବର୍ଷ ସପ୍ତମୀ ଦିନ ଠାରୁ ଦଶହରା ପର୍ଯ୍ୟନ୍ତ ଦୈନିକ ପାଖାପାଖି ଏକ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ।ମା ଙ୍କ କୃପାରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶାନ୍ତିଶୃଙ୍ଖଳା ସହିତ ପୂଜାପାଳନ କରାଯାଉଥିବାର ପ୍ରକାଶ କରିଛନ୍ତି ସଭାପତି ମନୋରଞ୍ଜନ ବିଶ୍ଵାଳ। ଏଥିସହିତ ଦୈନନ୍ଦିନ ସନ୍ଧ୍ୟାରେ ମା'ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ବଞ୍ଚିଥିବା ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ପୂଜା କରିବି ବୋଲି କମିଟିର ସଭାପତି ମନୋରଂଜନ ବିଶ୍ଵାଳ ସୂଚନା ଦେଇଛନ୍ତି।

Post a Comment

Previous Post Next Post
Header ADS