ନୀଳଗିରି,୩/୯(ଓଡ଼ିଶା ଆଦର୍ଶ): ନିଳଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ବଂଶୀଧର ପଣ୍ଡା ଘରୁ ଗତ ୨୯ ତାରିଖରେ ୫ଜଣ ଦୁର୍ବୃତ୍ତ ଏକ କାର୍ ରେ ଆସି ରାତି ପ୍ରାୟ ୧୨ଟା ସମୟରେ ପହଞ୍ଚି ବଂଶୀଧର ଙ୍କୁ ଡାକି ବାରୁ ତାଙ୍କ ପୁଅ ଶୁଭ୍ରଜିତ କବାଟ ଖୋଲିବା ମାତ୍ରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡା ଭୁଜାଲି ଦେଖାଇ ଭୟଭୀତ କରାଇ ଆଲ୍ମିରାରୁ ନଗଦ ୭୦ହଜାର ଟଙ୍କା ସହ ଅଳଙ୍କାର ନେଇ ଯାଇଥିବାର ଅଭିଯୋଗ କରିଥିଲେ ବଂଶୀଧର ପଣ୍ଡା ଙ୍କ ସ୍ତ୍ରୀ ମିନତି ପଣ୍ଡା। ନିଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଲିଖିତ ଅଭିଯୋଗକୁ ପୋଲିସ ସହଜରେ ଗ୍ରହଣ କରିପାରୁନଥିବାରୁ ଗ୍ରାସରୁଟ ରୁ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ତଦନ୍ତରେ ଶୁଭ୍ରଜିତ୍ ବାଲେଶ୍ଵରରେ ଏକ ବିବାହିତ ମହିଳା କୁ ନିଜର ଧରମ ଭଉଣୀ କରିଥିବା ବେଳେ ଉଭୟ ପରିବାର ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଧରମ ଭଉଣୀ ଭିଣୋଇ ଘରଭଡା ନେଇ ରହି ଆସୁଥିବା ବେଳେ ନିଜର ସମସ୍ତ ଗହଣା ସୁରକ୍ଷିତ ନୁହେଁ ବୋଲି ନିଜର ଧରମ ଭାଇ ଶୁଭ୍ରଜିତ୍ ଙ୍କ ଘରେ ବିଶ୍ୱାସରେ ରଖିଥିଲା। ସମସ୍ତ ଗହଣା ଉପରେ ଲୋଲୁପ ଦୃଷ୍ଟି ପଡିଲା ଧରମ ଭାଇ ଶୁଭ୍ରଜିତ ର । ଶେଷରେ ଗତ ଜୁନ୍ ମାସରେ ସମସ୍ତ ଗହଣା ନିଳଗିରି ସ୍ଥିତ ଆକ୍ସିସ ବ୍ୟାଙ୍କ୍ ରେ ୩ଲକ୍ଷ ୩୦ହଜାର ଦୁଇଶହ ଟଙ୍କା ରେ ବନ୍ଧକ ରଖି ଟଙ୍କା ଆଣି ଇଣ୍ଟରନେଟ ଗେମ ଖେଳି ସମସ୍ତ ଟଙ୍କା ହରାଇ ଥିବାର ଥାନାରେ ମାନିଛି। ପରବର୍ତ୍ତୀ ସମୟରେ ପୋଲିସ ଉଭୟ ଧରମ ଭାଇ ଧରମ ଭଉଣୀଙ୍କୁ ଥାନାକୁ ଡ଼ାକି ପଚରା ଉଚରା କଲାପରେ ସମସ୍ତ ଘଟଣା ପଦାକୁ ଆସିବା ପରେ ବି ଡକାୟତ ଘଟଣା କପୋଳ କଳ୍ପିତ ନା ସତ ତାହା ଏବେ ପୋଲିସ ସ୍କାନରେ। ଘଟଣାର ସତ୍ୟତା କେବେ ପୋଲିସ ଖୁଲାସ୍ କରିବ ଦେଖିବାକୁ ବାକି ରହିଲା।
Post a Comment