Header ADS

ନୀଳଗିରି ଡେପୁଟି କଲେକ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ ।

 


ନୀଳଗିରି,୧୪/୮ (ଓଡ଼ିଶା ଆଦର୍ଶ)ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ। ଭିଜିଲାନ୍ସ ର ଏକ ଟିମ ସକାଳ ପ୍ରାୟ ୫ଟା ଠାରୁ ରାତି ଅଧ ପର୍ଯ୍ୟନ୍ତ ତଦନ୍ତ କରିଥିବା ବେଳେ ସନ୍ଧ୍ୟାରେ ଶ୍ରୀ ଜେନାଙ୍କୁ ଗିରଫ କରିଥିବା ସୂଚନା।

ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ରେଡ଼ କରିଥିଲା। ନୀଳଗିରି ଏନଏସି ବାଲିଗୋହରୀ ସ୍ଥିତ ଭଡା ଘରେ ଭିଜିଲାନ୍ସ ରେଡ଼ କରିଥିବା ବେଳେ ମୟୁରଭଞ୍ଜରେ ବି ରେଡ଼ ଚାଲିଥିବାର ସୂଚନା ମିଳିଥିଲା।

ମୟୁରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକରେ ପରୀକ୍ଷିତ ଜେନା ବିଡିଓ ଥିବାବେଳେ ୨୦୨୧ - ୨୨ ଏବଂ ୨୦୨୨ - ୨୩ ଅର୍ଥିକ ବର୍ଷରେ ମିନେରାଲ ବିଏରିଂ ଏରିଆ ଡେଭଲପମେଣ୍ଟ ପାଇଁ ଏକ କୋଟି ଏକଲକ୍ଷ ତିନି ହଜାର ଦୁଇଶହ ପନ୍ଦର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଆଜି ଛଅ ଟି ଭିଜିଲାନ୍ସ ଟିମ ମୟୂରଭଞ୍ଜ ସମେତ ନୀଳଗିରି ରେ  ସକାଳ ପ୍ରାୟ ପାଞ୍ଚଟା ଠାରୁ ନୀଳଗିରିରେ ଡେପୁଟି କଲେକ୍ଟର ପରିକ୍ଷିତ ଜେନା ଭଡ଼ା ଘରେ ଚଢ଼ାଉ କରିଥିଲେ । ଦୀର୍ଘ ଏଗାର ଘଣ୍ଟାର ଜେରା ପରେ ପରୀକ୍ଷିତ ଙ୍କୁ ଭଡ଼ା ଘରୁ ନୀଳଗିରି କାର୍ଯ୍ୟାଳୟ କୁ ଅଣାଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ। ତେବେ ସମସ୍ତ କାଗଜପତ୍ର କୁ ଯାଞ୍ଚ କରି ପରୀକ୍ଷିତ ଜେନା ଙ୍କ ଆକାଉଣ୍ଟ ରୁ ଏକ କୋଟି ଉଣେଇଶ ଲକ୍ଷ ଅଣାଅସି ହଜାର ସାତଶହ ଅଠାଅଶି ( ୧,୧୯,୭୯,୭୮୮) ଟଙ୍କା ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିଙ୍କ ଆକାଉଣ୍ଟ କୁ ଯାଇଥିବା ସୂଚନା ପାଇବା ପରେ ଭିଜିଲାନ୍ସ ପରୀକ୍ଷିତ ଜେନାଙ୍କୁ ଗିରଫ କରିଛି । ତେବେ ଭିଜିଲାନ୍ସ ଡାଇରେକ୍ଟରରେଟ କଟକ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଚାଲୁରହିଥିବା ନେଇ ପ୍ରେସମିଟ ମଧ୍ୟମରେ ସୂଚନା ଦିଆଯାଇଛି।



ତେବେ ଏହି ଚଢାଉରେ ଦୁଇ ଜଣ ଆଡିସନାଲ ଏସପି, ଚାରି ଜଣ ଡ଼ିଏସପି, ଛଅ ଜଣ ଇନିସପେକ୍ଟର ଙ୍କ ସମେତ ସାତ ଜଣ ଏଏସଆଇ ସାମିଲ ହୋଇଥିଲେ। 




Post a Comment

Previous Post Next Post
Header ADS