Header ADS

କାଉଡ଼ିଆ ଭକ୍ତଙ୍କୁ ସେବା ଯୋଗାଇଲେ ମା କାଳୀ ବୋଲବମ୍ ସଂଘ ।

 


ନୀଳଗିରି, ୧୧/୦୮ (ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତର ପୋଡ଼ାଶୂଳ ଛକ ଠାରେ ଆଜି ସନ୍ଧ୍ୟା ଠାରୁ ସ୍ଥାନୀୟ ମା କାଳୀ ବୋଲବମ୍ ସଂଘ ପକ୍ଷରୁ  ଶ୍ରାବଣ ସୋମବାର ରେ ଉତ୍ତର ଓଡିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ଵର  ଶୈବପୀଠ କୁ ଜଳାଭିଷେକ କରିବା ପାଇଁ ଯାଉଥିବା କାଉଡ଼ିଆ ଭକ୍ତଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବା ସହିତ ଅସୁସ୍ଥ ଅନୁଭବ କରୁଥିବା ଭକ୍ତଙ୍କ ଚିକିତ୍ସା ସେବା ଯୋଗାଇଛନ୍ତି। 

ଏହି ଅବସରରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସହିତ ଉପସ୍ଥିତ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଭକ୍ତଙ୍କ ଭାବନାକୁ ଆଖି ଆଗରେ ରଖି ମା କାଳୀ ବୋଲବମ୍ ସଂଘ ପକ୍ଷରୁ ଭଜନ ସଂଧ୍ୟାର ଆୟଜନ ମଧ୍ୟ କରାଯାଇଥିଲା । 

ଏହି ସେବା କାର୍ଯ୍ୟରେ ମା କାଳୀ ବୋଲବମ୍ ସଂଘ ର ସଦସ୍ୟ ବିକାଶ ପତି, ସନ୍ତୋଷ ସ୍ୱାଇଁ, ସୁଶାନ୍ତ ନାୟକ, ପ୍ରକାଶ ପତି, ମୁକ୍ତିକାନ୍ତ ନାୟକ, ଜୟନ୍ତ ସ, ବିଜୟ ବେହେରା, ଭରତ କବାଟ, ହରେକୃଷ୍ଣ ମହାକୁଡ଼, ତ୍ରିଲୋଚନ ବାରିକ, ଦେବୀପ୍ରସନ୍ନ ନାୟକ, କାର୍ତ୍ତିକ କର, ବିଭୂତି ପାଣିଗ୍ରାହୀ ପ୍ରମୁଖ ସୋହଯୋଗ କରିଥିଲେ।

ତେବେ ମା କାଳୀ ବୋଲବମ୍ ସଂଘ ପକ୍ଷରୁ ଆୟାଜନ କରାଯାଇଥିବା ଏହି ମହାନ କାର୍ଯ୍ଯ ପାଇଁ କାଉଡ଼ିଆ ଭକ୍ତ ମାନେ ବେଶ ପ୍ରଶଂସା କରିଛନ୍ତି।


Post a Comment

Previous Post Next Post
Header ADS