Header ADS

୧୨୦୦ ଲିଟର ଦେଶୀ ମଦ ଜବତ କଲା ବରହପପୁର ପୋଲିସ,ପିକଅପ୍ ସମେତ ବାଇକ୍ ଜବଦ, ଦୁଇ ଗିରଫ

 


ନୀଳଗିରି,୨୫/୭ (ଓଡ଼ିଶା ଆଦର୍ଶ)ବରହମପୁର ଥାନା ଅଧୀନ ତେଲିପାଳ ପେଟ୍ରୋଲ ପମ୍ପ ଛକ ନିକଟରୁ ଗୋଟିଏ ବାଇକ ଓ ଗୋଟିଏ ବେଆଇନ ଦେଶୀ ମଦ ବୋଝେଇ ପିକଅପ ଗାଡିକୁ ଜବତ କରିଛି ବରହମପୁର ପୋଲିସ।ଗତକାଲି ବିଳମ୍ବିତ ରାତିରେ ବେଆଇନ ଭାବରେ ମୟୁରଭଞ୍ଜ ଅଞ୍ଚଳରୁ ଦୁଇଟି ଗାଡିରେ ୧୨୦୦ ଲିଟର ଦେଶୀ ମଦ ବେଆଇନ ଭାବରେ ସୋର ଅଞ୍ଚଳକୁ ଚୋରା ଚାଲଣ କରାଯାଉଥିବା ବେଳେ ଗୁପ୍ତ ଖବର ପାଇ ବରହମପୁର ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ,ହାବିଲଦାର ଅଞ୍ଜନ ମିଶ୍ର ସଦଳବଳେ ଯାଇ ଗାଡି ଦୁଇଟିକୁ କାବୁ କରିଥିଲେ।ଏହି ଚଢାଉରେ ଧଳା ରଙ୍ଗର ପିକଅପ ଯାହାର ନମ୍ବର (ଓଆର-୦୫-ଏସ୍କ୫୬୫୫) ଏବଂ ଏକ ନୀଳ ରଙ୍ଗର ବଜାର ଡିସକଭର ବାଇକ୍ ଯାହାର ନମ୍ବର( ଓଆର ୨୨ ଇ ୬୨୯୮) କୁ ଜବତ କରିବା ସହ ଦୁଇ ଗାଡି ଚାଳକଙ୍କୁ ଗିରଫ କରି ୧୧୧/୨୪ ଓ ୧୧୨/୨୪ ରେ ଦୁଇଟି ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି ବରହମପୁର ପୋଲିସ୍।

Post a Comment

Previous Post Next Post
Header ADS